ରାଉରକେଲା : ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ଜଗଦୀଶପୁରରେ ଗୁଣିଗାରେଡି ସନ୍ଦେହରେ ଜଣେ ବୃଦ୍ଧାଙ୍କୁ ହତ୍ୟା ମାମଲାର ରାୟ ଆଜି ପ୍ରକାଶ ପାଇଛି l ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜ ଅଭିଯୁକ୍ତ ଘନଶ୍ୟାମ ଏକ୍କା (୬୬) କୁ ଆଜୀବନ କାରାଦଣ୍ଡ ସହ ୨୦ ହଜାର ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି l
ଜରିମାନା ଅନାଦେୟ ଅଧିକ ଏକ ବର୍ଷ ଜେଲ ନିର୍ଦେଶ ଦେଇଛନ୍ତି l ୧୮ ସାକ୍ଷୀଙ୍କ ସାକ୍ଷ୍ୟ ପ୍ରମାଣ ଓ ଦସ୍ତାବିଜ ଆଧାରରେ ବିଚାରପତି ଏହି ରାୟ ଶୁଣାଇଛନ୍ତି l ଗତ ୨୦୧୮ ଜୁଲାଇ ୭ ତାରିଖରେ ଏହି ହତ୍ୟାକାଣ୍ଡ ହୋଇଥିଲା l ଅପରାହ୍ନ ତିନିଟାରେ ବିର୍ସା ବର୍ଲା (୭୦) ତାଙ୍କ ଘରେ ବସିଥିଲା ବେଳେ ଘନଶ୍ୟାମ ଏକ ବାଉଁଶରେ ପିଟି ବିର୍ସାକୁ ହତ୍ୟା କରିଥିଲା |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)