ବାଲିତୁଠ: ଜଗତସିଂହପୁର କୁଜଙ୍ଗ ବନାଞ୍ଚଳ ଅଧିନ ନୂଆଗାଁ ବନକ୍ଷେତ୍ର ଅନ୍ତର୍ଗତ ଜଟାଧାର ତଣ୍ଡା ନିକଟ ସମୁଦ୍ର ବେଳାଭୂମିରେ ପ୍ରତିଦିନ ଶତାଧିକ ଅଲିଭରିଡ଼ଲେ କଇଁଛଙ୍କର ଶବ ଲାଗୁଥିବାବେଳେ ଏହାକୁ ନେଇ ପରିବେଶବିତ ଗଭୀର ଚିନ୍ତାପ୍ରକଟ କରିଛନ୍ତି | ବିଶେଷ କରି ସେମାନଙ୍କ ସୁରକ୍ଷା ପାଇଁ ବନ ବିଭାଗ, ମେରାଇନ ପୁଲିସ କର୍ମଚାରୀଙ୍କର ଯେମିତି ମିଳିତ ଉଦ୍ୟମ ରହିବା କଥା ସେମିତି ରହୁନାହିଁ | ଶତାଧିକ ମୃତ କଇଁଛଙ୍କୁ ସମୁଦ୍ର ବେଳାଭୂମିରେ ପୋତି ଦିଆଯାଉଛି ।ଏହି ହୃଦୟ ବିଦାରକ ଦୃଶ୍ୟ ପରିବେଶବିତମାନଙ୍କୁ ବ୍ୟଥିତ କରିଛି ।
ସମୁଦ୍ରକୁ ମାଛ ଧରିବାକୁ ଯାଉଥିବା ସ୍ଥାନୀୟ ଧୀବରମାନେ କୁହନ୍ତି ଯେ ଗତ କିଛିଦିନ ହେବ ସଂଖ୍ୟାଧିକ ଅଲିଭରିଡ଼ଲେ କଇଁଛଙ୍କ ଶବ କୂଳରେ ଲାଗୁଛି । ଅନେକ ଶବ ଜଟାଧାର ମୁହାଣରେ ବିଭିନ୍ନ ନଦୀ ପଥରେ ଯାଉଥିବାବେଳେ ଅନେକ ମୃତ ଶବକୁ ବନ ବିଭାଗ ପୋତି ଦେଉଛନ୍ତି । ଆହୁରି ମଧ୍ୟ କିଛି ଅଲିଭ ରିଡ଼ଲେ କଇଁଛଙ୍କ ମୃତ ଶରୀର ବୁଲା କୁକୁରଙ୍କ ଖାଦ୍ୟ ପାଲଟୁଛି । ଏଭଳି ବିଭତ୍ସ ଦୃଶ୍ୟ ଦେଖିବାକୁ ମିଳୁଛି । ଉକ୍ତ ଅଞ୍ଚଳରେ ଟ୍ରଲର ମାଛ ମାରିବା ନିଷିଦ୍ଧ କରାଯାଇଥିବାବେଳେ ଲୁଚି ଛପି ଧୀବରମାନେ ମାଛ ମାରୁଛନ୍ତି । ଅଲିଭରିଡ଼ଲେ କଇଁଛ ମାନେ ସାଧାରଣତ ଫ୍ରେବୁଆରୀ ଓ ମାର୍ଚ୍ଚ ମାସରେ ସୁରକ୍ଷିତ ବେଳାଭୂମିକୁ ଆସନ୍ତି ।
ସେଠାରେ ୪୫ଦିନ ରହି ଗଣ ଅଣ୍ଡା ଦାନ ପରେ ଅଣ୍ଡାରୁ ଛୁଆ ଫୁଟିଲେ ପୁଣି ନଭେମ୍ବର ମାସ ଶେଷ ଆଡକୁ ଅତଳ ସମୁଦ୍ରର ନୀଳ ଜଳରାଶିକୁ ଚାଲିଯାଆନ୍ତି ।ଏହି ସମୂହ ଅଣ୍ଡା ଦାନ ସମୟରେ ସମୁଦ୍ରରେ ମାଛ ମାରିବାକୁ ସରକାରୀ ସ୍ତରରେ ବାରଣ କରାଯାଇଛି । ପେଟ୍ରୋଲିଂ ଅଭାବରୁ ଅବାଧରେ ଟ୍ରଲରମାନେ ମାଛ ମାରିବା ସହିତ କଇଁଛ ଶିକାର ହେଉଛନ୍ତି । ଏହି ମୃତ କଇଁଛଙ୍କୁ ବନ ବିଭାଗ ପକ୍ଷରୁ ନିଯୁକ୍ତ ଓୟାଚରମାନେ ବେଳାଭୂମିରେ ପୋତି ଦେଉଛନ୍ତି । ଏଭଳି ହୃଦୟ ବିଦାରକ ଦୃଶ୍ୟ ପରିବେଶବିତମାନଙ୍କୁ ବ୍ୟଥିତ କରିଛି ।
ଯଦି ଜଟାଧାର ମୁହାଣ ନିକଟ ସମୁଦ୍ରର ଉଭୟ ପାଞ୍ଚ କିଲୋମିଟର ପରିସୀମା ମଧ୍ୟରେ ଏତେ ସଂଖ୍ୟକ ଅଲିଭରିଡ଼ଲେ କଇଁଛଙ୍କର ମୃତ୍ୟୁ ହେଉଛି ତେବେ ନିଶ୍ଚିତ ରୂପେ ଶତାଧିକ ଅଲିଭରିଡ଼ଲେ କଇଁଛ ଅଣ୍ଡା ଦେବାକୁ ଏ ଅଞ୍ଚଳକୁ ସୁରକ୍ଷା ଭାବି ଆସୁଥିବା ପରିବେଶବିତମାନେ ମତପ୍ରକାଶ କରିଛନ୍ତି ।ଏଥି ପ୍ରତି ଦୃଷ୍ଟି ଦେଇ କଡାକଡି ପେଟ୍ରୋଲିଂ କରିବା ଆବଶ୍ୟକତା ରହିଛି । ଏ ସମ୍ପର୍କରେ ବାଲିତୁଠ ବନପାଳ ପଦ୍ମନାଭ ରାଉତ କୁହନ୍ତି ଟ୍ରଲରମାନେ ମାଛ ମାରିବା ସମୟରେ ଏଭଳି ଦୁଃଖଦ ଘଟଣା ଘଟୁଛି । ଯାହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/15/8036993e-a187-4425-9388-ebb47d7bf687-2026-02-15-12-57-47.jpg)