ଭୁବନେଶ୍ୱର: ଶ୍ରୀମନ୍ଦିରରେ ଓମ୍ଫେଡ ଘିଅ ବ୍ୟବହାର ନେଇ ଆଇନ ମନ୍ତ୍ରୀଙ୍କ ସହିତ ବୈଠକ ହୋଇଯାଇଛି | ବୈଠକ ପରେ ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ କହିଛନ୍ତି ଯେ ଶ୍ରୀମନ୍ଦିରକୁ ଯୋଗେଇ ଦିଆଯିବ ଘିଅ | ପ୍ରତିଦିନ ଆମେ ପ୍ରାୟ ୮ -୧୦ ଟନ୍ ଉତ୍ପାଦନ କରୁଛୁ, ଶ୍ରୀମନ୍ଦିରରେ ବ୍ୟବହାର ହେଉଛି ୩- ୪ ଟନ୍ । ଯାହା ତାଙ୍କୁ ଯୋଗେଇ ଦିଆଯିବ। ଶ୍ରୀମନ୍ଦିର ପାଇଁ ସ୍ଵତନ୍ତ୍ର ମୂଲ୍ୟ ନିର୍ଣ୍ଣୟ କରାଯାଇଛି ଯାହା ୫୪୩ ଟଙ୍କା। ୧୫ ଲିଟର ଟିଣ ଦେବା ପାଇଁ ପ୍ରସ୍ତୁତ କରୁଛୁ ଯାହା କି ଆହୁରି ଦର ୧୦ ଟଙ୍କା କମିଯିବ। ୫୩୩ ଟଙ୍କା ହେବ। ଯେତେ ଘିଅ ଶ୍ରୀମନ୍ଦିରରେ ଲାଗିବ ତାହା ଶୁଦ୍ଧ ଓମଫେଡ ଘିଅ ଲାଗିବ | ରାଜ୍ୟରେ ପ୍ରତିଷ୍ଠିତ ଦେବାଦେବୀଙ୍କ ପାଖରେ ମଧ୍ୟ ଓମ୍ଫେଡ୍ ଘିଅ ବ୍ୟବହାର କରିବା ପାଇଁ ଆଲୋଚନା କରାଯାଇଛି। ଏନେଇ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖାଯାଇଛି।
୫୪୩ ଟଙ୍କାରେ ଶ୍ରୀମନ୍ଦିରକୁ ଯୋଗାଇଦିଆଯିବ ଓମଫେଡ ଘିଅ
ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ କହିଛନ୍ତି ଯେ ଶ୍ରୀମନ୍ଦିରକୁ ଯୋଗେଇ ଦିଆଯିବ ଘିଅ | ପ୍ରତିଦିନ ଆମେ ପ୍ରାୟ ୮ -୧୦ ଟନ୍ ଉତ୍ପାଦନ କରୁଛୁ, ଶ୍ରୀମନ୍ଦିରରେ ବ୍ୟବହାର ହେଉଛି ୩- ୪ ଟନ୍ ।
/sambad/media/media_files/2024/10/22/7uT2btfmJ5txIiHCuuQ9.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)