ନିଜକୁ ଅଜେୟ ଭାବୁଥିବା ଲୋକମାନେ ୨୦୦୪ରେ ବାଜପେୟୀଙ୍କ ପରାଜୟ କଥା ଭୁଲିବା ଉଚିତ ନୁହେଁ : ସୋନିଆ ଗାନ୍ଧି

ନୂଆଦିଲ୍ଲୀ : ଆଜି ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧିି ପରିବାରର ଗଡ଼ କୁହାଯାଉଥିବା ଉତ୍ତରପ୍ରଦେଶର ରାଏବରେଲିରେ ନିଜର ମନୋନୟନ ପତ୍ର ଦାଖଲ କରିଛନ୍ତି । ଏହି ଅବସରରେ ତାଙ୍କ ସହିତ ପୁତ୍ର ରାହୁଲ ଗାନ୍ଧି ଓ କନ୍ୟା ତଥା ପୂର୍ବାଞ୍ଚଳ ୟୁପି ପ୍ରଭାରୀ ପ୍ରିୟଙ୍କା ଗାନ୍ଧି ଉପସ୍ଥିତ ଥିଲେ । ମନୋନୟନପତ୍ର ଦାଖଲ ପୂର୍ବରୁ ଗଣମାଧ୍ୟମକୁ ସୋନିଆ କହିଛନ୍ତି ଯେ ଯେଉଁମାନେ ମୋଦି ଅଜେୟ ବୋଲି କହୁଛନ୍ତି ସେମାନେ ୨୦୦୪ରେ ବାଜପେୟୀଙ୍କର କେଉଁ ଅବସ୍ଥା ହୋଇଥିଲା ତାହାକୁ ଭୁଲିବା ଉଚିତ ନୁହେଁ । ଏହା ପୂର୍ବରୁ ଗାନ୍ଧି ପରିବାର ଏକ ସ୍ୱତନ୍ତ୍ର ପୂଜାରେ ଯୋଗ ଦେଇଥିଲେ । ମନୋନୟନ ପତ୍ର ଦାଖଲ ପରେ ପ୍ରିୟଙ୍କା ଗାନ୍ଧି ଟ୍ଵିଟ କରି ଲେଖିଛନ୍ତି ଯେ ରାଏବରେଲୀ ଜନତାଙ୍କ ପ୍ରତି ମୋ ମା’ଙ୍କର ଯେଉଁ ଶ୍ରଦ୍ଧା ରହିଛି ସେଥିରୁ ଅନ୍ୟ ରାଜନେତାମାନେ ଶିଖିବା ଉଚିତ । ରାଜନୀତିର ଲକ୍ଷ୍ୟ ହେଉଛି ଜନସେବା ଓ ସମର୍ପଣ । ଯାହାକୁ ଏହି ସୁଯୋଗ ମିଳେ ସେ ଜନତାଙ୍କ ପ୍ରତି କୃତଜ୍ଞ ରହିବା ଆବଶ୍ୟକ ।

ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀଭାବେ ଅଟଳବିହାରୀ ବାଜପେୟୀଙ୍କର ପ୍ରବଳ ଲୋକପ୍ରିୟତା ସତ୍ତ୍ୱେ ୨୦୦୪ରେ ଏନଡିଏ ଲୋକସଭା ନିର୍ବାଚନ ହାରିଯାଇଥିଲା ।

ସମ୍ବନ୍ଧିତ ଖବର