ଝାରସୁଗୁଡ଼ା: ଜୁଲାଇ ୨୯ ତାରିଖରେ ଝାରସୁଗୁଡ଼ା ଥାନା ଅନ୍ତର୍ଗତ ଶାନ୍ତି ଆପାର୍ଟମେଣ୍ଟରେ ରହୁଥିବା ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଘର ତାଲା ଭାଙ୍ଗି ସିସିଟିଭିର ଡିଭିଆର୍‌ ଚୋରି କରି ନେଇଥିଲେ। ଏହାସହିତ ଉକ୍ତ ଆପାର୍ଟମେଣ୍ଟରେ ଥିବ‌ା ଆଉ କିଛି ଘରୁ ବି ଦୁର୍ବୃତ୍ତମାନେ ଚୋରି କରିଥିଲେ। ଏହି ଘଟଣାରେ ଝାରସୁଗୁଡ଼ା ଥାନା ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସମୟରେ ଏକ ଆନ୍ତଃରାଜ୍ୟ ଗ୍ୟାଙ୍ଗ୍‌ର ସମ୍ପୃକ୍ତି ଜଣାପଡ଼ିଛି। ଏହି ଘଟଣାରେ ପୁଲିସ୍‌ ମଧ୍ୟପ୍ରଦେଶର କନ୍ୟା ପାଲେସିଆ(୪୫)କୁ ଗିରଫ କରିଥିବା ବେଳେ ଗ୍ୟାଙ୍ଗ୍‌ର ଅନ୍ୟ ଅଭିଯୁକ୍ତମାନେ ଫେରାର୍‌ ରହିଥିବା ଜଣାପଡ଼ିଛି।

Advertisment

ଜୁଲାଇ ୨୯ ତାରିଖରେ ଝାରସୁଗୁଡ଼ା ଥାନା ଅନ୍ତର୍ଗତ ଶାନ୍ତି ଆପାର୍ଟମେଣ୍ଟରେ ରହୁଥିବା ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଘର ତାଲା ଭାଙ୍ଗି ସିସିଟିଭିର ଡିଭିଆର୍‌ ଚୋରି କରି ନେଇଥିଲେ। ଏହାସହିତ ଉକ୍ତ ଆପାର୍ଟମେଣ୍ଟରେ ଥିବ‌ା ଆଉ କିଛି ଘରୁ ବି ଦୁର୍ବୃତ୍ତମାନେ ଚୋରି କରିଥିଲେ। ଏହି ଘଟଣାରେ ଝାରସୁଗୁଡ଼ା ଥାନା ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସମୟରେ ଏକ ଆନ୍ତଃରାଜ୍ୟ ଗ୍ୟାଙ୍ଗ୍‌ର ସମ୍ପୃକ୍ତି ଜଣାପଡ଼ିଛି। ଏହି ଘଟଣାରେ ପୁଲିସ୍‌ ମଧ୍ୟପ୍ରଦେଶର କନ୍ୟା ପାଲେସିଆ(୪୫)କୁ ଗିରଫ କରିଥିବା ବେଳେ ଗ୍ୟାଙ୍ଗ୍‌ର ଅନ୍ୟ ଅଭିଯୁକ୍ତମାନେ ଫେରାର୍‌ ରହିଥିବା ଜଣାପଡ଼ିଛି।

ଅଭିଯୁକ୍ତ ବିରୋଧରେ ବିଭିନ୍ନ ରାଜ୍ୟରେ ଚୋରି ମାମଲା ରହିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ଜିଆର୍‌ ରାଘବେନ୍ଦ୍ର ସୂଚନା ଦେଇଛନ୍ତି। ଚୋରି ପରେ ଦୁର୍ବୃତ୍ତମ‌ାନେ ଝାରସୁଗୁଡ଼ାରୁ ରାୟଗଡ଼ ଓ ସେଠାରୁ ମଧ୍ୟପ୍ରଦେଶକୁ ଚାଲି ଯାଇଥିଲେ। ତେବେ ଏହି ଗ୍ୟାଙ୍ଗ ବନ୍ଦ ଘରଗୁଡ଼ିକୁ ଟାର୍ଗେଟ୍‌ କରି ସେଠାରୁ ଚୋରି କରିଥାନ୍ତି ବୋଲି ପୁଲିସ୍‌ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଏସ୍‌ଡିପିଓ ଉମାଶଙ୍କର ସିଂ, ଆଇଆଇସି ରଞ୍ଜନ ବରିହା, ଏସ୍‌ଆଇ ଦେବେନ୍ଦ୍ର ନାଏକ ଉପସ୍ଥିତ ଥିଲେ।