ରାଉରକେଲା: ତୈଳ ଏବଂ ପ୍ରାକୃତିକ ଗ୍ୟାସ୍‌ ନିଗମ (ଓଏନ୍‌ଜିସି) କିମ୍ବା ଭାରତୀୟ ତୈଳ ନିଗମ (ଆଇଓସିଏଲ୍‌)ରେ ଚାକିରି କରାଇଦେବା ନାଁରେ ୩୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଭୁବନେଶ୍ବରରୁ ଝିରପାଣି ପୁଲିସ ଜଣକୁ ଗିରଫ କରିଛି। ଗିରଫ ଯୁବକ ଜଣକ ହେଲେ ଦେବାଶିଷ ଦାସ। ଘଟଣାରେ ସମ୍ପୃକ୍ତ ମୀନକେତନ ବିଶ୍ବାଳ ଫେରାର ଥିବା ପୁଲିସ କହିଛି।

Advertisment

ମିଳିଥିବା ସୂଚନା ମୁତାବକ କୋଏଲନଗରରେ ସତୀଶ ଚୌଧୁରୀ, ପତ୍ନୀ ସୁଜାତା ଚୌଧୁରୀ ରହନ୍ତି। ଗତ ବର୍ଷକ ତଳେ ଭୁବନେଶ୍ବରରେ ରହୁଥିବା ଦେବାଶିଷ ଓ ମୀନକେତନ ସତୀଶକୁ  ଓଏନ୍‌ଜିସି ଓ ଆଇଓସିଏଲ୍‌ରେ ଚାକିରି କରାଇଦେବାକୁ ତାଙ୍କ ପତ୍ନୀ ସୁଜାତାଙ୍କ ସହ କଥା ହୋଇଥିଲେ। ସୁଜାତା ରାଜି ହେବା ପରେ ଦୁଇ ଅଭିଯୁକ୍ତ ୩୦ ଲକ୍ଷ ଟଙ୍କା ମାଗିଥିଲେ। ସେମାନଙ୍କ ଦାବି ମୁତାବକ ସୁଜାତା ୩୦ ଲକ୍ଷ ଟଙ୍କା ଦେଇଥିଲେ। ପରବର୍ତ୍ତୀ ସମୟରେ ଚାକିରି ଦେଇନଥିଲେ କି ଟଙ୍କା ଫେରାଇ ନଥିଲେ। ବିଭିନ୍ନ ଆଳ ଦେଖାଇ ମାସ ମାସ ସମୟ ଗଡାଇ ଚାଲିଥିଲେ। ଶେଷରେ ସୁଜାତା କୌଣସି ଉପାୟ ନ ପାଇ ଝିରପାଣି ଥାନାରେ ଲିଖିତ ଏତଲା ଦେଇଥିଲେ। ସୁଜାତାଙ୍କ ଲିଖିତ ଅଭିଯୋଗ ଆଧାରରେ ପୁଲିସ ୧୦୯/୨୪ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା।