ଖୋର୍ଦ୍ଧା : ଟ୍ରକ ଧକ୍କାରେ ବାଇକ୍ ଆରୋହୀ ମୃତ

ଖୋର୍ଦ୍ଧା : ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ କଡ଼ରେ ଥିବା ଏକ ପେଟ୍ରୋଲ୍ ପମ୍ପ ନିକଟରେ ଟ୍ରକ ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି ।

ସଦରଥାନାର ଇନ୍ସପେକ୍ଟର ସତ୍ୟବ୍ରତ ଲେଙ୍କାଙ୍କ ସୂଚନାନୁସାରେ, ଆଜି ସକାଳ ପ୍ରାୟ ୮ଟା ବେଳେ ବ୍ରହ୍ମପୁର ପଟୁ ଆସୁଥିବା ଏକ ଟ୍ରକ୍ (ପିବି ୨୯ ଏକ୍ସ ୦୫୬୬) ଜଣେ ମୋଟର ସାଇକଲ୍ ଆରୋହୀଙ୍କୁ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ମୃତ ମୋଟରସାଇକଲ୍ ଆରୋହୀ ଖୋର୍ଦ୍ଧା ଉପକଣ୍ଠ ବଣିଆଟାଙ୍ଗୀର ବାସୁଦେବ ପୃଷ୍ଟି (୫୪) ବୋଲି ଜଣାପଡ଼ିଛି । ପୁଲିସ ଟ୍ରକକୁ  ଜବତ କରିବା ସହ ଚାଳକଙ୍କୁ ଅଟକ ରଖିଛି । ଏନେଇ ୨୧୭/୨୦୨୦ରେ ଦଫା ୨୭୯ରେ ଏକ ମାମଲା ରୁଜୁ କରାଯାଇଛି ।

ସମ୍ବନ୍ଧିତ ଖବର