ବ୍ରହ୍ମପୁର: ଗଞ୍ଜାମଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ରଥ ଟାଣିବା ବେଳେ ବଡ଼ ଅଘଟଣ ଘଟିଛି। ରଥଚକ ମାଡ଼ିଯିବା ଫଳରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଶିବରାମ ବେହେରା(୩୦)। ଆଜି ଅପରାହ୍ଣରେ ଶିକୁଳାରେ ରଥଟଣା ଆରମ୍ଭ ହୋଇଥିଲା। ରଥ ଟାଣିବା ପାଇଁ ଭକ୍ତଙ୍କ ପ୍ରବଳ ସମାଗମ ହୋଇଥିଲା। ସେହି ଭିଡ଼ ଭିତରେ ଶିବରାମ ମଧ୍ୟ ଥିଲେ। ରଥ ଗଡ଼ୁଥିବା ବେଳେ ହଠାତ୍ ଭିଡ଼ରେ ଅସାବଧାନତା ଯୋଗୁଁ ସେ ତଳେ ପଡ଼ି ଯାଇଥିଲେ। ଫଳରେ ରଥଚକ ତାଙ୍କ ଉପରେ ଚଢ଼ି ଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଗ୍ରାମବାସୀ ପୁରୁଷୋତ୍ତମପୁର ମେଡିକାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ହେଲେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ମୃତଦେହ ଜବତ କରି ଅନୁସଂଧାନ କରୁଛି।
ରଥ ଟାଣୁଥିବାବେଳେ ମାଡ଼ିଗଲା ଚକ, ଯୁବକଙ୍କର ମୃତ୍ୟୁ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ରଥ ଟାଣିବା ବେଳେ ବଡ଼ ଅଘଟଣ ଘଟିଛି। ରଥଚକ ମାଡ଼ିଯିବା ଫଳରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି
/sambad/media/media_files/2025/06/27/fdddd-2025-06-27-22-39-51.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)