ସାହିବାବାଦ: ଏସି ସଜାଡୁଥିବାବେଳେ ଆସିଲା ମୃତ୍ୟୁ | କମ୍ପ୍ରେସର ଫାଟି ଯାଇଥିବାବେଳେ ଏଥିରେ ଏସି ମେକାନିକଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି | ଉତ୍ତରପ୍ରଦେଶର ଗାଜିଆବାଦର କୌଶାମ୍ବୀ ଥାନା ଅଞ୍ଚଳର ବୈଶାଳୀ ସେକ୍ଟର ୪ରେ ଥିବା ୱାକ୍ ଇନ୍ ଦି ଉଡ୍ ରେଷ୍ଟୁରାଣ୍ଟର ଛାତ ଉପରେ ଏକ ଏସି ମରାମତି କରୁଥିବା ସମୟରେ କମ୍ପ୍ରେସର ବିସ୍ଫୋରଣ ହୋଇଥିଲା। ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ଜଣେ ଗୁରୁତର ଭାବରେ ପୋଡ଼ି ଯାଇଥିଲେ।
ଗୁରୁରେଟର ଆହତ ଯୁବକ ଜଣକ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ପୁଲିସ ମୃତକଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି। ପୁଲିସର ସୂଚନା ଅନୁଯାୟୀ, ଖବର ଆସିଥିଲା ଯେ ବୈଶାଳୀର ୱାକ୍ ଇନ୍ ଦି ଉଡ୍ସ ରେଷ୍ଟୁରାଣ୍ଟର ଛାତ ଉପରେ ଦୁଇଜଣ ଲୋକ ଏକ ଏସି ମରାମତି କରୁଥିଲେ।
ସେତେବେଳେ ହଠାତ୍ ଏସି କମ୍ପ୍ରେସର ବିସ୍ଫୋରଣ ହୋଇଥିଲା। ଯାହା ଫଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ନାମ ପିଣ୍ଟୁ ବୋଲି ଜଣାପଡିଛି। ଅନ୍ୟ ଜଣେ ସାଥୀ ପୁରନ୍ ଗୁରୁତର ଭାବରେ ପୋଡ଼ି ଯାଇଥିଲେ। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ପୁଲିସ ମୃତକଙ୍କ ସମ୍ପର୍କୀୟଙ୍କୁ ସୂଚନା ଦେଇ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି।