ରାୟଗଡା: ରାୟଗଡା ଜିଲ୍ଲା ପୁଟାସିଂ ଥାନା ଅନ୍ତର୍ଗତ ଜଙ୍ଗଜଙ୍ଗ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଗ୍ରାମ ନିକଟରେ ପ୍ରବାହିତ ହେଉଥିବା ମହେନ୍ଦ୍ରତନୟା ନଦୀରେ ବୁଡ଼ି ଜଣେ ନାବାଳକର ମୃତ୍ୟୁ ଘଟିଛି । ମୃତ ନାବାଳକ ଜଣକ ଜଷ୍ଟିନ ଶବର ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ନାବାଳକଙ୍କ ବାପା ଓ ମା ନଦୀର ଅପର ପାର୍ଶ୍ବରେ ଥିବା ଚାଷ ଜମିକୁ ଯାଇଥିଲେ ।
ପରେ ନାବାଳକ ଜଣକ ମଧ୍ୟ ଉକ୍ତ ଚାଷ ଜମିକୁ ଯାଇ ନିଖୋଜ ହୋଇ ଯାଇଥିଲେ । ନଦୀ ପଠାରେ ନାବାଳକର ଚପଲ ଦେଖି ସ୍ଥାନୀୟ ବାସିନ୍ଦା ଓ ପରିବାରବର୍ଗ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ଆଜି ନଦୀରୁ ନାବାଳକର ମୃତଦେହ ଉଦ୍ଧାର ହୋଇଥିଲା । ଖବର ପାଇ ପୁଟାସିଂ ପୋଲିସ ମେଡ଼ିକାଲରେ ପହଞ୍ଚି ଶବକୁ ଜବତ କରିବା ସହ ଏକ ଅପମୃତ୍ଯୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।