ସେଲଫି ନେବାବେଳେ ରାମଦୋଳିରୁ ଖସି ଯୁବକଙ୍କ ମୃତ୍ୟୁ

ବୀରମହାରାଜପୁର: ସେଲଫି ନିଶା ହେଲା କାଳ | ବିପଦପୂର୍ଣ୍ଣ ସେଲଫି ଯୋଗୁଁ ଜଣେ ଯୁବକ ନିଜ ପ୍ରାଣ ହରାଇଛନ୍ତି | ରାମଦୋଳିରେ ବସି ସେଲଫି ନେଉଥିବାବେଳେ ଖସିପଡ଼ିଲେ ଯୁବକ | ବହୁ ଉଚ୍ଚତାରୁ ଖସିପଡି ଏହି ଯୁବକଙ୍କ ମୃତ୍ୟୁ ହୋଇଛି | ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଏସ.ରାମପୁରରେ ଏଭଳି ଏକ ଅଘଟଣ ଘଟିଛି |

ଡୁଙ୍ଗୁରିପାଲି ବ୍ଲକ ଏସ.ରାମପୁରରେ ଧନୁଯାତ୍ରାରେ ଏଭଳି ଅଘଟଣ ଘଟିଛି । ସେଲଫି ନେବାବେଳେ ରାମଦୋଳିରୁ ପଡି ଜଣକର ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ମୁତାବକ ଗତକାଲି ଜଗା ବାରିକ ଓ ମାଧ ଛତ୍ରିଆ ରାମଦୋଳିରେ ବସି ସେଲ୍ଫି ନେଉଥିବାବେଳେ ହଠାତ୍ ଭାରସାମ୍ୟ ହରାଇ ତଳେ ପଡିଯାଇଥିଲେ ।

ଜଗା ବାରିକଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା । ତେବେ ଆଜି ସକାଳେ ଜଗାର ମୃତ୍ୟୁ ହୋଇଛି । ମାଧ ଛତ୍ରିଆଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ମୃତ ଜଗା ବାରିକଙ୍କ ଘର ରାମପୁର ତେଲିପାଲି ବୋଲି ଜଣାପଡିଛି ।

ସମ୍ବନ୍ଧିତ ଖବର