ସମ୍ବଲପୁର: ତାଲବ ବଏଲ ଯାତ୍ରାରେ ଗୋଷ୍ଠୀ ସଂଘର୍ଷ | ଗୋଷ୍ଠୀ ସଂଘର୍ଷରେ ଛୁରାମାଡ଼ର ରୂପ ନେଇଛି | ଛୁରାମାଡ଼ରେ ତାଲବ ଗାଁର ଜଣେ ଗୁରୁତର ଆହତ | ଗୁରୁତର ଆହତଙ୍କୁ ବୁର୍ଲାରେ ଭର୍ତ୍ତି କରାଯାଇଛି |
ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତ୍ରିରେ ତାବଲ ଗାଁରେ ବଏଲ ଯାତ୍ରା ଚାଲିଥିଲା | ସେହି ସମୟରେ ରେଙ୍ଗାଲି ଅଂଚଳର କିଛି ଯୁବକ ସହିତ ସ୍ଥାନୀୟ ଅଂଚଳର କିଛି ଯୁବକଙ୍କ ଝଗଡ଼ା ହୋଇଥିଲା | ଏହି ଝଗଡ଼ା ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା | ଏଥିରେ ରେଙ୍ଗାଲି ଅଂଚଳର ଯୁବକମାନେ ଅପରଗୋଷ୍ଠୀକୁ ଛୁରାମାଡ଼ କରିଥିଲେ | ଫଳରେ ଜଣେ ଗୁରୁତର ହୋଇ ବୁର୍ଲାରେ ଭର୍ତ୍ତି ହୋଇଥିବା ବେଳେ ପୁଲିସ ଜଣକୁ ଗିରଫ କରିଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/VIMSAR.jpg)