ଭାରତର ୧ ନମ୍ବର ପ୍ରିମିୟମ୍‌ ସ୍ମାର୍ଟଫୋନ୍‌ ମାନ୍ୟତା ହାସଲ କଲା ଓ୍ଵାନ ପ୍ଲସ

ଭୁବନେଶ୍ୱର: କାଉଣ୍ଟର ପଏଣ୍ଟ ମାର୍କେଟ୍‌ ମନିଟର ସର୍ଭିସର ଏକ ସଦ୍ୟ ଗବେଷଣା ଅନୁଯାୟୀ, ଏହି ତିନି ମାସ ମଧ୍ୟରେ ୱାନ୍‌ ପ୍ଲସ୍‌ (୨୮୪%) ପ୍ରିମିୟମ୍‌ (୩୦,୦୦୦ରୁ କମ୍‌) ସେଗମେଣ୍ଟରେ ପ୍ରଥମ ଥର ପାଇଁ ଦୃତ ଭାବେ ବୃଦ୍ଧି ପାଇଥିବା ସ୍ନାର୍ଟଫୋନ୍‌ ବ୍ରାଣ୍ଡ ଭାବେ ଉଦୀୟମାନ ହୋଇଛି। ଏହି ପ୍ରିମିୟମ୍‌ ସେଗମେଣ୍ଟରେ ୱାନ୍‌ ପ୍ଲସ୍‌ ୬ ହେଉଛି ସର୍ବାଧିକ ବିକ୍ରି ହୋଇଥିବା ମଡେଲ୍‌, ଯାହା ପୂର୍ଣ୍ଣ ତ୍ରୟମାସିକରେ ଏହାକୁ ଅଗ୍ରଣୀ କରାଇବା ସହିତ ସାମସଙ୍ଗ ଓ ଆପଲକୁ ଅତିକ୍ରମ କରିବାରେ ସକ୍ଷମ କରାଇଛି। ନିକଟରେ ୱାନ୍‌ ପ୍ଲସ୍‌ ୪୦% ବଜାର ଅଂଶ ଅଧିକାର କରିଛି, ଯେଉଁଠାରେ ସାମସଙ୍ଗ ଏବଂ ଆପଲର ବଜାର ଅଂଶ ଯଥାକ୍ରମେ ୩୪% ଓ ୧୪% ରହିଛି।

ଏହି ପରିପ୍ରେକ୍ଷୀରେ ୱାନ୍‌ ପ୍ଲସ୍‌ର ପ୍ରତିଷ୍ଠାତା ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ପେଟେ ଲାଉ, ଏକ ଫୋରମ୍‌ ପୋଷ୍ଟରେ ଭାରତୀୟ ବଜାର ଉପରେ ତାଙ୍କର ମତପ୍ରକାଶ କରି କହଛନ୍ତି ଯେ, ‘ଆମର ସଂଗଠନ ପକ୍ଷରୁ ପ୍ରଦର୍ଶିତ ହୋଇଥିବା ଆବେଗ ନେଇ ମୁଁ ବାସ୍ତବରେ ବହୁତ ଖୁସି । ଏହି ବଜାର ବର୍ତ୍ତମାନ ଆମର ଦ୍ୱିତୀୟ ବୃହତ ଘରୋଇକ୍ଷେତ୍ର  ଏବଂ ଉତ୍ପାଦ ଉଦ୍ଭାବନ ପାଇଁ ଏକ କେନ୍ଦ୍ର ହେବାକୁ ଯାଉଛି।

ସମ୍ବନ୍ଧିତ ଖବର