ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର କୁଲଗାମ ଜିଲ୍ଲାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଆଜି ସକାଳେ ଗୁଳିବିନିମୟ ହୋଇଛି | ଆଉ ଯବାନଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛି | ଭାରତୀୟ ସେନା କହିଛି ଯେ ଗୁଡର ଜଙ୍ଗଲ ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ବିଷୟରେ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏହି ସମୟରେ ଆତଙ୍କବାଦୀମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ | ସେନା ମଧ୍ୟ ଏହାର ଉଚିତ ଜବାବ ଦେଇଥିଲା। ଏହି ସମୟରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲା। ତଥାପି, ଏନକାଉଣ୍ଟର ଏବେ ବି ଜାରି ରହିଛି।
ଭାରତୀୟ ସେନାର ଚିନାର କର୍ପସ ଏକ୍ସରେ ଏକ ପୋଷ୍ଟ ସେୟାର କରି ଅପରେସନ ବିଷୟରେ ସୂଚନା ଦେଇଛି । ଚିନାର କର୍ପସ ପକ୍ଷରୁ କୁହାଯାଇଛି ଯେ, "ଜମ୍ମୁ ଓ କାଶ୍ମୀର ପୋଲିସ ଏବଂ ଭାରତୀୟ ସେନା ଗୁଇନ୍ଦା ସୂଚନା ଆଧାରରେ ଗୁଡର ଜଙ୍ଗଲରେ ଏକ ସର୍ଚ୍ଚ ଅପରେସନ କରିଥିଲେ।ଏହି ସମୟରେ କିଛି ଆତଙ୍କବାଦୀ ସେନା ଉପରକୁ ଗୁଳି ଚଳାଇଥିଲେ | ଆଉ ଏହାର ଜବାବରେ ଯବାନମାନେ ବି ଗୁଳିଚାଳନା କରିଥିଲେ |
ଏହି ସମୟରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲେ ଏବଂ ଜଣେ ଜୁନିଅର କମିଶନଡ୍ ଅଫିସର ଆହତ ହୋଇଥିଲେ। ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି।" ଭାରତୀୟ ସେନା ଜୁଲାଇ ଏବଂ ଅଗଷ୍ଟ ମାସରେ ମଧ୍ୟ ଅନେକ ଅପରେସନ କରିଥିଲା। ସେନା ଜୁଲାଇ ୨୮ ରୁ ଅପରେସନ ମହାଦେବ ଆରମ୍ଭ କରିଥିଲା। ଏହି ସମୟରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଏହି ତିନି ଜଣ ଆତଙ୍କବାଦୀ ଲସ୍କର-ଏ-ତୈବା ସହିତ ଜଡିତ ଥିଲେ। ସେହି ସମୟରେ, ଅଗଷ୍ଟ ମାସରେ ମଧ୍ୟ ସେନାର ଆତଙ୍କବାଦୀଙ୍କ ସହ ଏନକାଉଣ୍ଟର ହୋଇଥିଲା।