ଛେଣ୍ଡିପଦା ନିଶା ଶିଳ୍ପାଞ୍ଚଳ ଥାନା ଗୋଳାବନ୍ଧରେ ସ୍ଥାନୀୟ ତିନିଯୁବକଙ୍କ ଆକ୍ରମଣରେ ଜିନ୍ଦଲ କମ୍ପାନୀର ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉଜଣେ ଗୁରୁତର ଆହତ ହୋଇଛନ୍ତି।
ଜିନ୍ଦଲ ପ୍ଲାଣ୍ଟରେ କାମ ସାରି ବିହାର ଅଞ୍ଚଳର ମହମ୍ମଦ ଜଲାନ ଆଲମ(୩୧) ଓ ସାନଭାଇ ମହମ୍ମଦ ସରବରେ ଆଲମ(୨୩) ସାଇକେଲରେ ଗୋଳାବନ୍ଧ ଫେରୁଥିଲେ। ଫେରିବା ବାଟରେ ରେଳ ଫାଟକ ନିକଟରେ ଏକ ବାଇକ ତାଙ୍କ ସାଇକେଲକୁ ଧକ୍କା ହୋଇଥିଲା। ଧକ୍କାକୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଝଗଡ଼ା ପରେ ଦୁଇଭାଇ ରହୁଥିବା ଭଡାଘରକୁ ଫେରୁଥିଲେ। ଫେରିବା ବାଟରେ ତିନିଜଣ ଯୁବକ ଅଟକେଇ ଦୁଇଭାଇଙ୍କୁ ନୁର୍ଧୁମ ଛେଚିଥିଲେ। ମାଡ ଖାଇ ଦୁଇଭାଇ ରହୁଥିବା ଘରକୁ ଫେରିଥିଲେ। ଖାଇପିଇ ଶୋଇଥିଲେ। ସକାଳ ୫ ଟାରେ ବଡ଼ଭାଇ ମହମ୍ମଦ ଜଲାନ ଆଲମଙ୍କ ମୃତ୍ୟୁ ହୋଇଥିଲା। ଅନୁଗୁଳ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ମୃତ ଘୋଷଣା କରିଥିଲେ। ଭାଇ ମହମ୍ମଦ ସରବରେ ଆଲମଙ୍କ ଅଭିଯୋଗରେ ମୃତଦେହ ବ୍ୟବଛେଦ ପରେ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳେଇଛି।
ପୁଲିସ ସୂତ୍ରରୁ ପ୍ରକାଶ ଗତକାଲି ରାତି ୮ ଟାରେ ଜିନ୍ଦଲ ପ୍ଲାଣ୍ଟରେ କାମ ସାରି ବିହାର ଅଞ୍ଚଳର ମହମ୍ମଦ ଜଲାନ ଆଲମ(୩୧) ଓ ସାନଭାଇ ମହମ୍ମଦ ସରବରେ ଆଲମ(୨୩) ସାଇକେଲରେ ଗୋଳାବନ୍ଧ ଫେରୁଥିଲେ। ଫେରିବା ବାଟରେ ରେଳ ଫାଟକ ନିକଟରେ ଏକ ବାଇକ ତାଙ୍କ ସାଇକେଲକୁ ଧକ୍କା ହୋଇଥିଲା। ଧକ୍କାକୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଝଗଡ଼ା ପରେ ଦୁଇଭାଇ ରହୁଥିବା ଭଡାଘରକୁ ଫେରୁଥିଲେ। ଫେରିବା ବାଟରେ ତିନିଜଣ ଯୁବକ ଅଟକେଇ ଦୁଇଭାଇଙ୍କୁ ନୁର୍ଧୁମ ଛେଚିଥିଲେ। ମାଡ ଖାଇ ଦୁଇଭାଇ ରହୁଥିବା ଘରକୁ ଫେରିଥିଲେ।
ଖାଇପିଇ ଶୋଇଥିଲେ। ସକାଳ ୫ ଟାରେ ବଡ଼ଭାଇ ମହମ୍ମଦ ଜଲାନ ଆଲମଙ୍କ ମୃତ୍ୟୁ ହୋଇଥିଲା। ଅନୁଗୁଳ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ମୃତ ଘୋଷଣା କରିଥିଲେ। ଭାଇ ମହମ୍ମଦ ସରବରେ ଆଲମଙ୍କ ଅଭିଯୋଗରେ ମୃତଦେହ ବ୍ୟବଚ୍ଛେଦ ପରେ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳେଇଛି।