ଭୁବନେଶ୍ବର: ବଲିଉଡରେ ଦିୱାଲି ଅବସରରେ ବଡ଼ ବଡ଼ ସିନେମା ରିଲିଜ୍ ହେବାର ଟ୍ରେଣ୍ଡ ରହିଛି। ହେଲେ ଓଲିଉଡରେ ରଜ ଦଶହରା ଭଳି ଦୀପାବଳିରେ ସେମିତି କାଁଭାଁ ବଡ଼ ସିନେମା ମୁକ୍ତିଲାଭ କରିଥାଏ। ତେବେ ସେଯାହା ହେଉନା କାହିଁକି ଏବର୍ଷ ଦୀପାବଳିକୁ ଆଖିରେ ରଖି ଦୁଇଟି ଓଡ଼ିଆ ଛବି ପରଦାକୁ ର ଥିଲା। ମାତ୍ର ସେଥିମଧ୍ୟରୁ କେବଳ ଗୋଟିଏ ଏଥର ମୁକ୍ତିଲାଭ କରିଛି। ତାହା ହେଲା ‘ବାସ୍ତବ’।

Advertisment

‘ବାସ୍ତବ’ରେ ନୂଆ ଯୋଡ଼ି

ଏହା ଗତକାଲି (୧୮ ତାରିଖ) ମୁକ୍ତିଲାଭ କରିଛି। ଏଥିରେ  ପ୍ରଥମ ଥର ପାଇଁ ଏକ ନୂଆ ଯୋଡ଼ିକୁ ଦେଖିବାକୁ ମିଳିଛି। ଏହି ଯୋଡ଼ି ହେଲେ ତୁଷାର ବେଦୀ-ଅଙ୍କିତା ଦାଶ। ‘ବାସ୍ତବ’ରେ ଅଙ୍କିତାଙ୍କୁ ନୂଆ ନାୟକ ତୁଷାର ବେଦୀଙ୍କ ବିପକ୍ଷରେ ଦେଖିବାକୁ ମିଳିଛି। ତୁଷାର ଅନେକ ମ୍ୟୁଜିକ୍  ଭିଡିଓରେ ଅଭିନୟ କରିଛନ୍ତି।ସେ ହିନ୍ଦୀ ସିନେମା ‘ଆନିମଲ୍’ରେ ନାୟକ ରଣବୀର କପୁର୍‌ଙ୍କ ସାଙ୍ଗ ଭୂମିକାରେ ନଜର ଆସିଥିଲେ। ତୁଷାର-ଅଙ୍କିତା ଯୋଡ଼ିଙ୍କ ବ୍ୟତୀତ ତପି ମିଶ୍ର, ମିଟୁ ମିଥୁନ୍ ଓ ପ୍ରତିଭା ପଣ୍ଡା ବି ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଛନ୍ତି। ଲୁବୁନ-ଟୁବୁନ ଏହାର ନିର୍ଦ୍ଦେଶନା ଦେଇଛନ୍ତି।ବଦ୍ରି ନାରାୟଣ ପଟ୍ଟନାୟକ ଏହାର ପ୍ରଯୋଜକ ଓ ବୈଦ୍ୟନାଥ ଦାସ ସଙ୍ଗୀତକାର।


ଦେବାଶିଷ ପଟ୍ଟନାୟକଙ୍କ ପ୍ରଯୋଜିତ ତଥା ଅଶୋକ ପତିଙ୍କ ନିର୍ଦ୍ଦେଶିତ ନୂଆ ଓଡ଼ିଆ ସିନେମା ‘ଲଢ଼େଇ’ ବି ଦିୱାଲି ଅବସରରେ ରିଲିଜ୍ ହେବ ବୋଲି ଘୋଷଣା କରାଯାଇଥିଲା। ଏପରିକି ହଲ୍ ବୁକିଂ ବି ସରିଥିଲା। ହେଲେ ଶେଷ ସମୟରେ ସେନସର୍ ପ୍ରମାଣପତ୍ର ନ ମିଳିବାରୁ ତାହା ରିଲିଜ୍ ହୋଇପାରିଲାନାହିଁ। ଏହି ସିନେମା ଜରିଆରେ ଓଲିଉଡରେ ନୂଆ ନାୟକ ଲୋହିତାକ୍ଷ ପଟ୍ଟନାୟକ ଓ ନବାଗତା ନାୟିକା ଅଭିଲିପ୍ସା ପଦାର୍ପଣ କରିଛନ୍ତି। ଲୋହିତାକ୍ଷ-ଅଭିଲିପ୍ସାଙ୍କ ଯୋଡ଼ି ବ୍ୟତୀତ ବିଭାସ,କେ କେ ଓ ଉଦିତ ଗୁରୁ ପ୍ରମୁଖ ବି ଅଛନ୍ତି ଗୁରୁତ୍ବପୂର୍ଣ୍ଣ ଭୂମିକାରେ।ଭରଦ୍ବାଜ ପଣ୍ଡା ‘ଲଢ଼େଇ’ର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିବାବେଳେ ଗୌରବ ଆନନ୍ଦ ଓ ସୋମେଶ ଶତପଥୀ ଏଥିରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଦେଖାଯାଉ କେବେ ଏହା ମୁକ୍ତିଲାଭ କରୁଛି।

Ollywood