ପରାଜୟର କାରଣ ଖୋଜିବ କଂଗ୍ରେସ : ୬ ସବ୍‌କମିଟିର ସଦସ୍ୟ ଜିଲ୍ଲା ଗସ୍ତ କରି ତଥ୍ୟ ସଂଗ୍ରହ କରିବେ

ଭୁବନେଶ୍ୱର: ନିକଟରେ ଶେଷ ହୋଇଥିବା ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସ କାହିଁକି ଶୋଚନୀୟ ଭାବେ ପରାଜିତ ହେଲା, ତାହାର କାରଣ ଖୋଜିବ ଦଳ । କାରଣ ଖୋଜିବା ପାଇଁ କଂଗ୍ରେସ ୬ଟି ସବ୍‌-କମିଟି ଗଠନ କରିବ। ପ୍ରତ୍ୟେକ କମିଟିରେ ୩ ଜଣ ଲେଖାଏଁ ସଦସ୍ୟ ରହିବେ। ପ୍ରତ୍ୟେକ ସବ୍‌ କମିଟି ୫ଟି ଲେଖାଏଁ ଜିଲ୍ଲା ଗସ୍ତ କରିବେ। କମିଟିର ସଦସ୍ୟମାନେ ଜିଲ୍ଲା କର୍ମକର୍ତ୍ତା ଓ ସାଧାରଣ ଲୋକଙ୍କୁ ଭେଟି ପରାଜୟର କାରଣ ସଂପର୍କରେ ଅବଗତ ହେବେ। ଜୁନ ଶେଷ ସୁଦ୍ଧା କମିଟି ଏଆଇସିସିକୁ ରିପୋର୍ଟ ପ୍ରଦାନ କରି ପରବର୍ତ୍ତୀ ପଦକ୍ଷେପ ପାଇଁ ଯୋଜନା ପ୍ରସ୍ତୁତ କରିବ।

କଂଗ୍ରେସର ପରାଜୟ କାରଣ ଖୋଜିବା ପାଇଁ ୬ଟି ସବ-କମିଟି ଗଠନ କରାଯିବ ବୋଲି କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ପ୍ରତି ସବ କମିଟି ୫ଟି ଲେଖାଏଁ ଜିଲ୍ଲା ଯିବେ। ନିଜ ଅଂଚଳକୁ କମିଟି ସଦସ୍ୟ ଯିବେନାହିଁ। ପ୍ରତି ଜିଲ୍ଲାକୁ ଯାଇ ଆଶାୟୀ ପାର୍ଥୀ, ସାଧାରଣ ଜନତା, ବୁଦ୍ଧିଜୀବୀ, ଜିଲ୍ଲା କର୍ମକର୍ତାଙ୍କ ଠାରୁ ରିପୋର୍ଟ ଆଣିବେ ଓ ଚଳିତ ମାସ ଶେଷ ସୁଦ୍ଧା ରିପୋର୍ଟ ଦେବେ।  ତାପରେ ଏହାର ତର୍ଜମା କରାଯିବ। ଯଦି ଦରକାର ପଡେ ଆଉଥରେ ଲୋକଙ୍କ ପାଖକୁ କଂଗ୍ରେସ ଯିବ। କଂଗ୍ରେସ କଣ ପାଇଁ ହାରିଲା ଓ କଣ କଲେ କଂଗ୍ରେସ ସୁଦୃଢ ହୋଇପାରିବ ସେ ନେଇ ସବିଶେଷ ରିପୋର୍ଟ ଏଆଇସିସିକୁ ଦିଆଯିବ।

ସମ୍ବନ୍ଧିତ ଖବର