ନୂଆଦିଲ୍ଲୀ: କେନ୍ଦ୍ରର କୃଷି ଆଇନ ବିରୋଧରେ ପ୍ରତିବାଦ ଚଳାଇଥିବା କୃଷକମାନଙ୍କୁ ଭେଟିବାକୁ ଆଜି ସକାଳେ ଦିଲ୍ଲୀ-ଉତ୍ତର ପ୍ରଦେଶ ସୀମାନ୍ତ ଗାଜିପୁରରେ ପହଞ୍ଚିଥିବା ୧୦ଟି ବିରୋଧୀ ରାଜନୈତିକ ଦଳର ୧୫ଜଣ ସାଂସଦଙ୍କୁ ପୁଲିସ ଅଟକାଇଥିବା କଥା ଜଣେ ସାଂସଦ କହିଛନ୍ତି।

Advertisment

ଶୀରୋମଣି ଅକାଳି ଦଳର ହର୍‌ସିମ୍ରତ୍‌ କୌର୍‌ ବାଦଲ, ନ୍ୟାସ୍‌ନାଲିଷ୍ଟ୍‍ କମ୍ୟୁନିଷ୍ଟ୍‍ ପାର୍ଟିର ସୁପ୍ରିୟା ସୁଲେ, ଡିଏମ୍‌କେର କାନିମୋଝି ଏବଂ ତୃଣମୂଳ କଂଗ୍ରେସର ସୌଗତ ରାୟଙ୍କ ସମେତ ଅନ୍ୟ ସାଂସଦମାନେ ଏକ ବସ୍‌ରେ ଦିଲ୍ଲୀ ସୀମାନ୍ତକୁ ଯାଇଥିଲେ।

publive-image Image Courtesy of Akhabar1

ବାଦଲ୍‌ ଟୁଇଟ୍‌ କରିଛନ୍ତି, ଗାଜିପୁର ସୀମାନ୍ତରେ ଉପୁଜିଥିବା ଅବସ୍ଥା ପ୍ରତ୍ୟକ୍ଷଭାବେ ଦେଖିଲୁ। ଅନ୍ନଦାତାମାନଙ୍କ ପ୍ରତି ଯେଭଳି ଆଚରଣ ପ୍ରଦର୍ଶନ କରାଯାଉଛି ତାହା ଦେଖି ଦୁଃଖ ପାଇଲୁ। କୃଷକମାନଙ୍କୁ କଙ୍କ୍ରିଟ୍‌ ଓ କଣ୍ଟାତାର ବାଡ଼ ଘେରରେ ରଖାଯାଇଛି। ପ୍ରତିବାଦସ୍ଥଳକୁ ଆମ୍ବୁଲାନ୍‌ସ୍‌ ଏବଂ ଦମକଳ ଗାଡ଼ି ମଧ୍ୟ ପ୍ରବେଶ କରିପାରୁ ନାହିଁ।

ଗଣମାଧ୍ୟମକୁ ସେ କହିଛନ୍ତି, ସଂସଦରେ କୃଷକମାନଙ୍କ ପ୍ରତିବାଦ ସଂକ୍ରାନ୍ତରେ ଆଲୋଚନା କରିବା ନିମନ୍ତେ ଆମେ ଏଠାକୁ ଆସିଛୁ। ବାଚସ୍ପତି ଆମକୁ ଏ ପ୍ରସଙ୍ଗ ଉତ୍ଥାପନ କରାଇ ଦେଉନାହାନ୍ତି। ଏଠାରେ କ’ଣ ଚାଲିଛି, ଏବେ ସବୁ ଦଳ ବିସ୍ତାର ଭାବେ କହି ପାରିବେ।

ଜାନୁଆରି ୨୬ ଦିଲ୍ଲୀ ହିଂସାକାଣ୍ଡ ଘଟଣା ଲାଗି କଠୋର ପଦକ୍ଷେପ ଗ୍ରହଣ ପାଇଁ ଦାବି କରୁଥିଲେ ମଧ୍ୟ ଗତକାଲି ସଂସଦରେ ଆଲୋଚନା ସମୟରେ କେତେକ ବିରୋଧୀ ଦଳ ଏହି ବିବାଦୀୟ କୃଷି ଆଇନ ପ୍ରତ୍ୟାହାର କରିନେବାକୁ ସରକାରଙ୍କୁ କହିଥିଲେ।