କଟକ: ଧର୍ମ ବା ଜାତି ଆଧାରରେ କୌଣସି ପ୍ରକାର ଭେଦଭାବ ଯେପରି ନ ହେବ ତାହା ସୁନିଶ୍ଚିତ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜୀବନ ଅମୃତ (ଜଳ) ପ୍ରଦାନ କରିବା କ୍ଷେତ୍ରରେ କୌଣସି ଭେଦଭାବ କରାଯାଇ ପାରିବ ନାହିଁ। ସରକାର ନିଜର ସବୁ ନାଗରିକଙ୍କୁ ସାମନ ରୂପରେ ପ୍ରଦାନ କରୁଥିବା ସୁବିଧାରୁ ସମାଜର ନିର୍ଦ୍ଦିଷ୍ଟ ବର୍ଗକୁ ବଞ୍ଚିତ କରାଯିବା ଅକଳ୍ପନୀୟ। ରାଜ୍ୟର କୌଣସି ଧର୍ମ ନଥିବା ବେଳେ ସମ୍ବିଧାନ ପ୍ରଦତ୍ତ ମୌଳିକ ଅଧିକାର ସମସ୍ତ ନାଗରିକଙ୍କୁ ସମାନ ସୁଯୋଗ ଓ ସମାନତା ପ୍ରଦାନ କରିଛି। ରାଜ୍ୟ କୌଣସି ନାଗରିକଙ୍କୁ ଧର୍ମ, ବର୍ଣ୍ଣ, ଜାତି, ଲିଙ୍ଗ, ଜନ୍ମସ୍ଥାନ କିମ୍ବା ଏମାନଙ୍କ ମଧ୍ୟରୁ କୌଣସି ଗୋଟିଏ ଆଧାରରେ ଭେଦଭାବ କରିବାକୁ ସମ୍ବିଧାନର ଧାରା ୧୫ ନିଷେଧ କରିଛି ବୋଲି ହାଇକୋର୍ଟ କହିଛନ୍ତି।
ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ କୁଚିଣ୍ଡା ବ୍ଲକ ଅନ୍ତର୍ଗତ ବଉରିଗୁଡ଼ା ଗ୍ରାମର ନଳକୂପ ମରାମତି ପ୍ରସଂଗ ନେଇ କୃଷ୍ଣଚନ୍ଦ୍ର ମହାନନ୍ଦ ଓ ଅନ୍ୟମାନଙ୍କ ତରଫରୁ ଦାୟର ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି ଯେ ଧର୍ମ ବା ଜାତି ଆଧାରରେ ଗ୍ରାମର କୌଣସି ବାସିନ୍ଦା ଯେପରି ନଳକୂପ ମାଧ୍ୟମରେ ଜଳର ଉତ୍ସ ଉପଯୋଗ ବା ବ୍ୟବହାର କରିବା କ୍ଷେତ୍ରରେ ଯେଭଳି କୌଣସିପ୍ରକାର ଭେଦଭାବ ନ ହେବ ତାହା ସରକାର ସୁନିଶ୍ଚିତ କରିବେ। ଯଦି ସମାଜର କୌଣସି ବର୍ଗ ସମ୍ବିଧାନର ମୂଳଦୁଆକୁ ଅତିକ୍ରମଣ କରି ଅନ୍ୟ ଏକ ବର୍ଗ ଗୁଡ଼ିକ ଉପରେ ଏପରି ରୋକ ଲଗାଏ ତେବେ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପ୍ରସଂଗ ସୁନିଶ୍ଚିତ କରିବେ ବୋଲି ହାଇକୋର୍ଟ କହିଛନ୍ତି।
ମାମଲାର ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ତରଫରୁ ଦର୍ଶାଯାଇଥିଲା ଯେ ପୁରୁଣା ନଳକୂପ ମରାମତି ସମ୍ଭବ ହୋଇ ନଥିଲା। ନିକଟରେ ଏକ ନୂଆ ନଳକୂପ ବସା ଯାଇଛି ଓ ଗ୍ରାମବାସୀଙ୍କ ପାଇଁ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି। ଏଭଳି ତଥ୍ୟକୁ ବିଚାରକୁ ନେଇ ହାଇକୋର୍ଟ ଏ ସଂପର୍କିତ ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।
ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ କୁଚିଣ୍ଡା ବ୍ଲକ ଅନ୍ତର୍ଗତ ବଉରିଗୁଡ଼ା ଗ୍ରାମର ନଳକୂପ ମରାମତି ପ୍ରସଂଗ ନେଇ କୃଷ୍ଣଚନ୍ଦ୍ର ମହାନନ୍ଦ ଓ ଅନ୍ୟମାନଙ୍କ ତରଫରୁ ଦାୟର ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି ଯେ ଧର୍ମ ବା ଜାତି ଆଧାରରେ ଗ୍ରାମର କୌଣସି ବାସିନ୍ଦା ଯେପରି ନଳକୂପ ମାଧ୍ୟମରେ ଜଳର ଉତ୍ସ ଉପଯୋଗ ବା ବ୍ୟବହାର କରିବା କ୍ଷେତ୍ରରେ ଯେଭଳି କୌଣସିପ୍ରକାର ଭେଦଭାବ ନ ହେବ ତାହା ସରକାର ସୁନିଶ୍ଚିତ କରିବେ। ଯଦି ସମାଜର କୌଣସି ବର୍ଗ ସମ୍ବିଧାନର ମୂଳଦୁଆକୁ ଅତିକ୍ରମଣ କରି ଅନ୍ୟ ଏକ ବର୍ଗ ଗୁଡ଼ିକ ଉପରେ ଏପରି ରୋକ ଲଗାଏ ତେବେ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପ୍ରସଂଗ ସୁନିଶ୍ଚିତ କରିବେ ବୋଲି ହାଇକୋର୍ଟ କହିଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ନିର୍ଦ୍ଦିଷ୍ଟ ଜଣେ ବ୍ୟକ୍ତି ଆବେଦନକାରୀଙ୍କ ଗ୍ରାମରେ ଥିବା ନଳକୂପକୁ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା। କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବା ପରେ ମଧ୍ୟ ନଳକୂପ ମରାମତି କରାଯାଇ ନଥିଲା। ଏହାପରେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଇଥିଲେ। ଅଗଷ୍ଟ ୨୨ରେ ହାଇକୋର୍ଟ ମାମଲାର ଶୁଣାଣି କରି ୪୮ ଘଣ୍ଟା ମଧ୍ୟରେ ନଳକୂପ ମରାମତି ପାଇଁ ନିର୍ଦ୍ଦେଶ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/03/26/nNC3W8Fb2kCicAlDm3Gs.jpg)