ପଟ୍ଟାଙ୍ଗି: ଭାରସାମ୍ୟ ହରାଇ ଓଲଟିପଡିଲା ଓଏସଆରଟିସି ବସ | ମାଲକାନଗିରିର ଏମଭି ୭୯ରୁ ବିଶାଖାପାଟଣା ଯାଉଥିବା (OSRTC) ବସ ଆନ୍ଧ୍ରର ସାଲୁର ବାଇପାସ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ମିଳିଥିବା ସୂଚନା ମୁତାବକ ବସର ଷ୍ଟିୟରିଂ ଲକ ହେବା ଦ୍ଵାରା ଭାରସାମ୍ୟ ହରାଇ ବସଟି ଓଲଟି ପଡିଥିଲା | ବିଳମ୍ବିତ ରାତି ପ୍ରାୟ ୧ଟାରେ ଦୁର୍ଘଟଣା ଘଟିଛି | ଗାଡ଼ିରେ ସର୍ବମୋଟ ୨୯ ଜଣ ଯାତ୍ରୀ ଯାତ୍ରା କରୁଥିବାବେଳେ ଦୁର୍ଘଟଣା ପରେ ୭ ଜଣ ଗୁରୁତର ଆହତ ହୋଇ ଥିବାବେଳେ ସେମାନଙ୍କୁ ପ୍ରଥମେ ସାଲୁର ଓ ପରେ ବିଜୟନଗରମ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି l ଘଟଣାସ୍ଥଳରେ ସାଲୁର ପୋଲିସ ପହଂଚି ଘଟଣାର ତଦନ୍ତ କରୁଛି ।
OSRTC Bus Accident: ଭାରସାମ୍ୟ ହରାଇ ଓଏସଆରଟିସି ବସ, ୭ ଜଣ ଗୁରୁତର ଆହତ
ଭାରସାମ୍ୟ ହରାଇ ଓଲଟିପଡିଲା ଓଏସଆରଟିସି ବସ | ମାଲକାନଗିରିର ଏମଭି ୭୯ରୁ ବିଶାଖାପାଟଣା ଯାଉଥିବା (OSRTC) ବସ ଆନ୍ଧ୍ରର ସାଲୁର ବାଇପାସ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ମିଳିଥିବା ସୂଚନା ମୁତାବକ ବସର ଷ୍ଟିୟରିଂ ଲକ ହେବା ଦ୍ଵାରା ଭାରସାମ୍ୟ ହରାଇ ବସଟି ଓଲଟି ପଡିଥିଲା |
/sambad/media/media_files/2026/02/15/screenshot-2026-02-15-102750-2026-02-15-10-32-08.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)