ଆମ ଟେଷ୍ଟ କିଟ ଠିକ ଅଛି, ଭାରତର ସ୍ୱାସ୍ଥ୍ୟକର୍ମୀମାନେ ଠିକଭାବେ ଚଳାଇପାରୁନାହାନ୍ତି : ଚୀନର ଅଜବ ଉତ୍ତର

ନୂଆଦିଲ୍ଲୀ : ଚୀନରୁ ଭାରତ କିଣିଥିବା ଟେଷ୍ଟ କିଟ ଗୁଡ଼ିକ ଭୁଲ ରିପୋର୍ଟ ଦେଖାଉଥିବାରୁ ଭାରତ ସରକାର ଏନେଇ ଚୀନ କମ୍ପାନିମାନଙ୍କୁ ଅବଗତ କରାଇଛନ୍ତି । ତେବେ ଏ ସମ୍ପର୍କରେ ଚୀନ କମ୍ପାନିମାନଙ୍କ ଅଜବ ଉତ୍ତର ଆସିଛି । ସେସବୁ କିଟରେ କୌଣସି ତ୍ରୁଟି ନାହିଁ, ବରଂ ଭାରତର ସ୍ୱାସ୍ଥ୍ୟକର୍ମୀ ଓ ଟେକନିସିଆନମାନେ ସେଗୁଡ଼ିକୁ ଠିକଭାବେ ଚଳାଇପାରୁନାହାନ୍ତି ।

ଭାରତ ଚୀନ କମ୍ପାନି ଓଣ୍ଡଫୋ ବାୟୋଟେକ ଓ ଲିଭଜୋନ ଡାଉଗ୍ନୋଷ୍ଟିକ୍ସରୁ ଏସବୁ କିଟ ଆମଦାନୀ କରିଥିଲେ । ଏସବୁ କଟି ଆସିବା ପରେ ବିଭିନ୍ନ ରାଜ୍ୟକୁ ପଠାଯାଇଥିଲା । କିନ୍ତୁ ଏଥିରୁ ତ୍ରୁଟିଯୁକ୍ତି ରିପୋର୍ଟ ଆସୁଥିବା ରାଜସ୍ଥାନ ଓ ପଶ୍ଚିମବଙ୍ଗ ଅଭିଯୋଗ କରିବା ପରେ ଆଇସିଏମଆର ଏଗୁଡ଼ିକର ବ୍ୟବହାର ଉପରେ ଦୁଇଦିନ ପାଇଁ ରୋକ ଲଗାଇଥିଲେ ।

ଚୀନଠାରୁ ଧୋକା ଖାଇବା ପରେ ଭାରତ ଏବେ ଦକ୍ଷିଣ-କୋରିଆ ନିର୍ମିତ କିଟ ବ୍ୟବହାର କରିବାକୁ ଯୋଜନା କରୁଛି । ଦକ୍ଷିଣ-କୋରିଆ କମ୍ପାନି ଏସଡି ବାୟୋସେନସର ପକ୍ଷରୁ ହରିୟାଣାର ମାନେସରରେ ଏକ କିଟ ନିର୍ମାଣକାରୀ କାରଖାନା ନିର୍ମାଣ କରାଯାଇଛି । ଏହି କାରଖାନାର କ୍ଷମତା ୫ ଲକ୍ଷ ରାପିଡ ଟେଷ୍ଟ କିଟ ରହିଛି ।ଏହି କାରଖାନାରୁ ନିର୍ମାଣ ଆରମ୍ଭ ହୋଇଗଲାଣି ଓ ଆସନ୍ତା କିଛି ସପ୍ତାହ ମଧ୍ୟରେ କମ୍ପାନି ନିଜର ଉତ୍ପାଦନ ବୃଦ୍ଧି କରିବ ।

ସମ୍ବନ୍ଧିତ ଖବର