ଭୁବନେଶ୍ୱର: ମେ ପହିଲାରୁ ଆରମ୍ଭ ହେବାକୁ ଆଉଟରିଚର ଅଷ୍ଟମ ଆଙ୍କର ତାଲିମ କର୍ମଶାଳା । ବହୁ ସୁନାମଧନ୍ୟ ଲୋକପ୍ରିୟ ରେଡ଼ିଓ, ଟେଲିଭିଜନ ବ୍ୟକ୍ତିତ୍ଵ ଏଥିରେ ଅଂଶ ଗ୍ରହଣ କରି ପ୍ରଶିକ୍ଷଣ ଦେବେ। କରୋନା ମହାମାରୀ କାରଣରୁ ୧୫ ଦିନିଆ ଏହି ତାଲିମ ଅଫ୍ ଲାଇନ ନ ହୋଇ ଅନଲାଇନ୍ ମାଧ୍ୟମରେ ଅନୁଷ୍ଠିତ ହେଉଛି।  ସବୁଥର ଭଳି ଏଥର ମଧ୍ୟ ଟିଭି ଓ ରେଡ଼ିଓରେ ନ୍ୟୁଜ ଆଙ୍କରିଂ, ପ୍ରୋଗ୍ରାମ ଆଙ୍କରିଂ, ଆର୍ଜେଇଂ, ଲାଇଭ ରିପୋଟିଂ, ଭଏସ୍  ଓଭର ଓ ଷ୍ଟେଜ ଆଙ୍କରିଙ୍ଗ ଆଦି ବିଷୟରେ ତାଲିମ ପ୍ରଦାନ କରାଯିବ ବୋଲି କହିଛନ୍ତି ଆଉଟରିଚର ମୁଖ୍ୟ ସୁବ୍ରତ କୁମାର ପତି ।

Advertisment

ସମ୍ବାଦ ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦେଶିକା ତନୟା ପଟ୍ଟନାୟକ, ଆଇଆଇଏମସି ଢେଙ୍କାନାଳର ନିର୍ଦେଶକ ପ୍ରଫେସର ମୃଣାଳ ଚାଟାର୍ଜୀ, ନ୍ୟାସନାଲ ଏକାଡେମୀ ଅଫ ବ୍ରଡ଼କାଷ୍ଟିଙ୍ଗ ଆଣ୍ଡ ମଲ୍ଟିମିଡିଆର କାର୍ଯ୍ୟକ୍ରମ ନିଷ୍ପାଦକ ଅଶୋକ ପାଣିଗ୍ରାହୀ, ବରିଷ୍ଠ ନ୍ୟୁଜ ଆଙ୍କର ଭବାନୀ ମହାପାତ୍ର, ରେଡ଼ିଓ ଚକଲେଟର ପ୍ରୋଗ୍ରାମିଂ ହେଡ଼ ସଂଗ୍ରାମ ମିଶ୍ର ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଅଂଶଗ୍ରହଣକାରୀଙ୍କୁ ତାଲିମ ଦେବେ। ଏମାନଙ୍କ ବ୍ୟତୀତ ଲୋକପ୍ରିୟ ଆଙ୍କର ସୁଲଗ୍ନା ରାଉତରାୟ, ଡକ୍ଟର ଶ୍ରୀନିବାସ ଘଟୁଆରୀ (ମିଲନ), ବିଗ ଏଫଏମର ଆରଜେ ଗୁରୁ, ଲୋକପ୍ରିୟ ନ୍ୟୁଜ ଆଙ୍କର ମନୋଜ ମହାପାତ୍ର, ନୀଳିମା ପ୍ରିୟଦର୍ଶିନୀ ଓ ସୁନନ୍ଦନ ମିଶ୍ର ମଧ୍ୟ ଟ୍ରେନର ଭାବେ ଯୋଗଦେବେ।  ଏହି ତାଲିମ କାର୍ଯ୍ୟକ୍ରମରେ ୫୦ ଜଣ ଭାଗ ନେଇ ପାରିବେ। ପ୍ରତି ଦିନ ସନ୍ଧ୍ୟା ୭ ଟା ରୁ ୧୦ଟା ଏହି ତାଲିମ ପ୍ରଦାନ କରାଯିବ । ଏଥିରେ ଭାଗ ନେବାକୁ ଚାହୁଁଥିବା ଛାତ୍ରଛାତ୍ରୀମାନେ ୭୬୮୩୮୭୦୮୧୩ ନମ୍ବରରେ ଯୋଗାଯୋଗ କରିପାରିବେ।