ନୂଆଦିଲ୍ଲୀ: ଅଲ ଇଣ୍ଡିଆ ମଜଲିସ୍-ଇ-ଇଥାହାଦୁଲ ମୁସଲିମନ୍ (ଏଆଇଏମ୍ଆଇଏମ୍) ମୁଖ୍ୟ ତଥା ହାଇଦ୍ରାବାଦର ଲୋକସଭା ସାଂସଦ ଆସାଦୁଦ୍ଦିନ ଓୱେସି ମୁସଲମାନଙ୍କ ପ୍ରସଙ୍ଗରେ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ରବିବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ ମାଧ୍ୟମରେ ସେ ଅଭିଯୋଗ କରିଛନ୍ତି ଯେ ମୁସଲମାନମାନଙ୍କୁ ଭାରତରେ ଅଛୁଆଁଙ୍କ ଭଳି ବ୍ୟବହାର କରାଯାଉଛି |
ଓୱେସି ମଧ୍ୟ ଏକ ପୋଷ୍ଟରେ ଦାବି କରିଛନ୍ତି ଯେ ଉତ୍ତରାଖଣ୍ଡର ଚାମୋଲିରେ ୧୫ ଜଣ ମୁସଲମାନ ପରିବାରକୁ ବହିଷ୍କାର କରାଯାଉଛି। ଚାମୋଲିର ବ୍ୟବସାୟୀମାନେ ଧମକ ଦେଇଛନ୍ତି ଯେ ୩୧ ଡିସେମ୍ବର ସୁଦ୍ଧା ମୁସଲମାନମାନଙ୍କୁ ଚାମୋଲି ଛାଡିବାକୁ ପଡିବ। ଯଦି କେହି ମୁସଲମାନମାନଙ୍କୁ ଘର ଦିଅନ୍ତି, ତେବେ ସେମାନଙ୍କୁ ୧୦୦୦୦ ଟଙ୍କା ଜରିମାନା ଦେବାକୁ ପଡିବ |
ଓୱେସି କହିଛନ୍ତି, "ଏହା ହେଉଛି ସମାନ ଉତ୍ତରାଖଣ୍ଡ ଯେଉଁଠାରେ ସରକାର ସମାନତା ନାମରେ ୟୁନିଫର୍ମ ସିଭିଲ କୋଡ (ୟୁସିସି) କାର୍ଯ୍ୟକାରୀ କରୁଛନ୍ତି। ଚାମୋଲିର ମୁସଲମାନମାନଙ୍କର ସମାନତା ସହ ବଞ୍ଚିବାର ଅଧିକାର ନାହିଁ କି? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆରବ ଶେଖମାନଙ୍କୁ ଯଦି ଆଲିଙ୍ଗନ କରିପାରୁଛନ୍ତି, ତେବେ ସେ ଚାମୋଲିର ମୁସଲମାନମାନଙ୍କୁ ମଧ୍ୟ ଆଲିଙ୍ଗନ କରିପାରିବେ, ମୋଦୀ ଭାରତର ପ୍ରଧାନମନ୍ତ୍ରୀ ସେ ସାଉଦି କିମ୍ବା ଦୁବାଇର ପ୍ରଧାନମନ୍ତ୍ରୀ ନୁହନ୍ତି |