ଡୁଙ୍ଗୁରିପାଲି ବ୍ଲକ୍‌‌ର ୧୨ ପେକ୍ସ ଓ ୧୦ ଏସଏଚଜି ଧାନ କିଣିବେ, ପ୍ରଥମ ପର୍ଯ୍ୟାୟରେ ୩. ୭୦ ଲକ୍ଷ କ୍ବିଣ୍ଟାଲ ଟାର୍ଗେଟ

ଡୁଙ୍ଗୁରିପାଲି : ଡୁଙ୍ଗୁରିପାଲି ବ୍ଲକ୍‌ର ୧୨ ଟି ପେକ୍ସ ଓ ୧୦ ଟି ଏସ୍‌ଏଚ୍‌ଜି ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୭୦ ହଜାର ୨ ଶହ କ୍ବିଣ୍ଟାଲ ଧାନ କିଣିବେ ଏବଂ ଏହାକୁ ୧୫ ଟି ରାଇସ ମିଲ କଷ୍ଟମ୍ ମିଲିଂ ପାଇଁ ନେବେ ବୋଲି ଯୋଗାଣ ବିଭାଗ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି। ସୂଚନା ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ଇଚ୍ଛାପୁର ପେକ୍ସ ୨୩ ହଜାର କ୍ବିଣ୍ଟାଲ, ମା’ ଅସୁରଗଡ଼ିଏନ ୧୨ ହଜାର କ୍ବିଣ୍ଟାଲ, ଡୁଙ୍ଗୁରିପାଲି ପେକ୍ସ ମାର୍କେଟୟାର୍ଡ‌ରେ ୪୫ ହଜାର ୫ ଶହ କ୍ବିଣ୍ଟାଲ, ଶୁଖା ପେକ୍ସ ୧୮ ହଜାର କ୍ବିଣ୍ଟାଲ, ଅରୁନିମା ଏସ୍‌ଏଚ୍‌ଜି ୧୫ ହଜାର କ୍ବିଣ୍ଟାଲ, ଚେରୁପାଲି ପେକ୍ସ ୨୧ ହଜାର କ୍ବିଣ୍ଟାଲ, ଓମ୍ ଶାନ୍ତି ଏସ୍‌ଏଚ୍‌ଜି ୫ ହଜାର କ୍ବିଣ୍ଟାଲ, ବେହେରାମାଲ ପେକ୍ସ ୩୦ ହଜାର ୨ ଶହ କ୍ବିଣ୍ଟାଲ, ଜାଗୃତି ଏସ୍‌ଏଚ୍‌ଜି ଲିଙ୍ଗମାର୍ଣ୍ଣି ୧୩ ହଜାର ୫ ଶହ କ୍ବିଣ୍ଟାଲ, ମା’ ମଙ୍ଗଳା ଏସ୍‌ଏଚ୍‌ଜି ଲଙ୍ଗଳକଣ୍ଟା ୬ ହଜାର କ୍ବିଣ୍ଟାଲ, ମାୟାବର୍ହା ପେକ୍ସ ୨୧ ହଜାର କ୍ବିଣ୍ଟାଲ, ପଣ୍ଡକିଟାଲ ମାର୍କେଟୟାର୍ଡରେ ୫ ହଜାର କ୍ବିଣ୍ଟାଲ, ସାଇବାବା ଏସ୍‌ଏଚ୍‌ଜି ୭ ହଜାର କ୍ବିଣ୍ଟାଲ, ଗଜବନ୍ଧ ପେକ୍ସ ୩୩ ହଜାର କ୍ବିଣ୍ଟାଲ, ମା’ ବିରଜା ଏସ୍‌ଏଚ୍‌ଜି ୮ ହଜାର କ୍ବିଣ୍ଟାଲ, ତମାମୁରା ସ୍ଥିତ ଦିଗସିରା ପେକ୍ସ ୧୧ ହଜାର କ୍ବିଣ୍ଟାଲ, ସମଲେଇ ଏସ୍‌ଏଚ୍‌ଜି ଦିଗସିରା ୫ ହଜାର କ୍ବିଣ୍ଟାଲ, ରାମପୁର ପେକ୍ସ ୨୩ ହଜାର ୪ ଶହ କ୍ବିଣ୍ଟାଲ, ବଡ଼କର୍ଲେ ପେକ୍ସ ୧୪ ହଜାର ୮ ଶହ କ୍ବିଣ୍ଟାଲ, ମା’ ଭବାନୀ ଏସ୍‌ଏଚ୍‌ଜି ବାଙ୍କିପାଲି ୧୧ ହଜାର କ୍ବିଣ୍ଟାଲ, ମହାଲକ୍ଷ୍ମୀ ଏସ୍‌ଏଚ୍‌ଜି ଟାଙ୍ଗରକର୍ଲେ ୪ ହଜାର ୫ଶହ କ୍ବିଣ୍ଟାଲ, ସହଲା ପେକ୍ସ ୨୪ ହଜାର ୬ ଶହ କ୍ବିଣ୍ଟାଲ ଓ ସମଲାଇଚୁଆଁ ପେକ୍ସ ୧୦ ହଜାର ୭ ଶହ କ୍ବିଣ୍ଟାଲ ଧାନ ସର୍ବମୋଟ୍‌ ୩ ଲକ୍ଷ ୭୦ ହଜାର ୨ ଶହ କ୍ୟୁଣ୍ଟାଲ ଧାନ କ୍ରୟ କରିବ ବୋଲି ନିଷ୍ପତି ନିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ଉପରୋକ୍ତ ଧାନକୁ କଷ୍ଟମ ମିଲିଂ ପାଇଁ ବଡ଼କର୍ଲେ ସ୍ଥିତ ଅକ୍ରୂର ରାଇସ ମିଲ, ଖଲିଆପାଲି ସ୍ଥିତ ଅକ୍ରୂର ରାଇସ୍‌ ମିଲ୍‌, ନାଇକେନପାଲି ସ୍ଥିତ ଅକ୍ରୂର ରାଇସ ମିଲ୍‌, ରାମପୁର ବଜରଙ୍ଗ ରାଇସ ମିଲ୍‌, ଭୋଇପାଲି କଲ୍ୟାଣୀ ଫୁଡ, ବାବା ବଟୁକନାଥ ରାଇସ ମିଲ, ଶ୍ରୀଶ୍ୟାମଜୀ ରାଇସ ପ୍ରଡକ୍ଟ, ଉମା ଶଙ୍କର ରାଇସ ମିଲ, ଶ୍ରୀ ଅଶୋକ ଫୁଡ ପ୍ରସେସିଂ ପ୍ରା.ଲିଃ, ଶିବମ୍ ପେଡି ପ୍ରା.ଲିଃ, ଓମ୍ ଲୋକନାଥ ପେଡି ପ୍ରଡକ୍ଟ, ନାଇକେନପାଲି ହନୁମାନ ରାଇସ ମିଲ୍‌, ଇନ୍ଦୁରେଖା ରାଇସ ମିଲ, ସତ୍ୟବାଦୀ ଫୁଡ ପ୍ରସେସିଂ ୟୁନିଟ ଓ ପଦ୍ମାବତୀ ପେଡି ପ୍ରସେସିଂ ପ୍ରା.ଲିଃ ନେବେ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର