ପାଇକମାଲ: ଏନଏସି ଘୋଷଣା ଦାବିରେ ପାଇକମାଲ ୧୨ ଘଣ୍ଟିଆ ବନ୍ଦ। ଗତ ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ୧୬ ଗୋଟି ନୂଆ ଏନଏସି ଓ ୭ ଗୋଟି ନୂତନ ମ୍ୟୁନିସିପାଲଟି ଘୋଷଣା କରିଥିଲେ। ହେଲେ ସେହି ଘୋଷଣାରୁ ପଦ୍ମପୁର ଉପଖଣ୍ଡ ପାଇକମାଲକୁ ଏନଏସି ଘୋଷଣା ବାଦ ପଡିଛି।
ପାଇକମାଲକୁ ସରକାର ଏନ.ଏ.ସି ଘୋଷଣାରୁ ବାଦ ଦେବା ପରେ ଏବେ ପାଇକମାଲ ଅଂଚଳରେ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ଯାହାକୁ ଆଜି ସକାଳ ୬ ଟା ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ବିଜୁ ଜନତା ଦଳ ପକ୍ଷରୁ ବନ୍ଦ ପାଳନ କରାଯାଉଛି। ଏହି ବନ୍ଦକୁ ପାଇକମାଲ ସହରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମର୍ଥନ ମିଳିଥିବା ଜଣାପଡିଛି। ଏହି ବନ୍ଦ ପାଳନରେ ଅତ୍ୟାବଶ୍ୟକ ସାମଗ୍ରୀକୁ ବାଦ ଦେଲେ ସମସ୍ତ ଯାନବାହାନ, ସରକାରୀ ବେସରକାରୀ ସ୍କୁଲ କଲେଜ, ଦୋକାନ ବଜାର ତଥା ସମସ୍ତ ବ୍ୟାବସାୟିକ ପ୍ରତିଷ୍ଠାନ ବନ୍ଦ ରହିଛି।
ପାଇକମାଲକୁ ସରକାର ଏନଏସି ଘୋଷଣାରୁ ବାଦ ଦେବା ପରେ ଏବେ ପାଇକମାଲ ଅଂଚଳରେ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ଯାହାକୁ ଆଜି ସକାଳ ୬ ଟା ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ବିଜୁ ଜନତା ଦଳ ପକ୍ଷରୁ ବନ୍ଦ ପାଳନ କରାଯାଉଛି। ଏହି ବନ୍ଦକୁ ପାଇକମାଲ ସହରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମର୍ଥନ ମିଳିଥିବା ଜଣାପଡିଛି। ଏହି ବନ୍ଦ ପାଳନରେ ଅତ୍ୟାବଶ୍ୟକ ସାମଗ୍ରୀକୁ ବାଦ ଦେଲେ ସମସ୍ତ ଯାନବାହାନ, ସରକାରୀ ବେସରକାରୀ ସ୍କୁଲ କଲେଜ, ଦୋକାନ ବଜାର ତଥା ସମସ୍ତ ବ୍ୟାବସାୟିକ ପ୍ରତିଷ୍ଠାନ ବନ୍ଦ ରହିଛି ।