ନୂଆଦିଲ୍ଲୀ: ଭାରତର 'ଅପରେସନ ସିନ୍ଦୁର' ଅଧୀନରେ ହୋଇଥିବା ଷ୍ଟ୍ରାଇକରେ ସଫା ହୋଇଯାଇଛନ୍ତି ପାକିସ୍ତାନୀ ଆତଙ୍କବାଦୀ | କଳ୍ପନା ବାହାରେ ଆକ୍ରମଣରେ ନିହତ ହୋଇଥିବା ଆତଙ୍କବାଦୀଙ୍କୁ କବର ଦେବା ସମୟରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି | ବିଶେଷ କରି ପାକିସ୍ତାନୀ ସେନାର ଯବାନମାନେ ଆତଙ୍କବାଦୀଙ୍କ ମୃତଦେହକୁ ଟେକି ଟେକି କବର ଦେବାକୁ ନେଇଥିବାବେଳେ ପାକିସ୍ତାନୀ ସେନାର ବରିଷ୍ଠ ଅଧିକାରୀମାନେ ଆସି ଶେଷ ବିଦାୟ ଜଣାଇଥିଲେ |
ମୋଟାମୋଟି କହିବାକୁ ଗଲେ ପାକିସ୍ତାନୀ ସେନା ଓ ସରକାରଙ୍କ ନଜରରେ ଭାରତ ବିରୋଧରେ ଲଢେଇ କରୁଥିବା ଆତଙ୍କବାଦୀମାନେ ହେଉଛନ୍ତି ଜଣେ ଜଣେ ବୀର | ଯେଉଁମାନେ ନିରୀହଙ୍କୁ ହତ୍ୟା କରିବା ଓ କାପୁରୁଷ ଭଳି ଲୁଚି ଛପି ଭାରତ ସୀମାରେ ପଶିବା ଭଳି କାମ କରନ୍ତି | ନା ଭାରତୀୟ ସେନାକୁ ମୁହାଁମୁହିଁ କରିବାର ଶକ୍ତି ଅଛି ନା କୌଣସି ମାନବିକତା ଅଛି | ଆଉ ଏହି ଆତଙ୍କବାଦୀଙ୍କ ମୃତ୍ୟୁରେ ସେନା ଅଧିକାରୀମାନେ ଶୋକପ୍ରକାଶ କରିବା ସହ ଅନ୍ତିମ ଯାତ୍ରାରେ ସାମିଲ ମଧ୍ୟ ହେଉଛନ୍ତି |
ଏବେ ଆପଣଙ୍କ ମନରେ ପ୍ରଶ୍ନ ଉଠିବ ଫରକ କଣ? ଆମ ଦେଶରେ ରହି ଦେଶରେ ଅଶାନ୍ତି ସୃଷ୍ଟି କରୁଥିବା, ଜନଜୀବନକୁ ହାନି ପହଞ୍ଚାଉଥିବା, ସାଧାରଣ ଲୋକଙ୍କ ହତ୍ୟା କରୁଥିବା ନକ୍ସଲ ବା ଅପରାଧୀଙ୍କ ଅନ୍ତିମ ଯାତ୍ରାରେ କେବେ ସୁରକ୍ଷାକର୍ମୀ ସାମିଲ ହୋଇଛନ୍ତି କି? କିନ୍ତୁ ପାକିସ୍ତାନ ଠିକ ଏହାର ଓଲଟା କାମ କରୁଛି, ଆତଙ୍କବାଦୀଙ୍କ କାର୍ଯ୍ୟକଳାପକୁ ନିନ୍ଦା କରିବ କଣ ବୀର ଭାବେ ଶ୍ରଦ୍ଧାଞ୍ଜଳି ଦେଉଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/05/07/ImhXNey6tjvC3AkE4rGV.jpg)