ନୂଆଦିଲ୍ଲୀ: ଆତଙ୍କବାଦୀ ମାସୁଦ ଆଝାରକୁ ୧୪ କୋଟି ଟଙ୍କାର କ୍ଷତିପୂରଣ ଦେବେ ପାକିସ୍ତାନ ସରକାର | କଥାଟି ଶୁଣିବାକୁ ଟିକେ ଅଜବ ଲାଗୁଥିଲେ ବି ଏକଥା ଏକଦମ ସତ | ଆଉ ପାକିସ୍ତାନର ଏହି ନିଷ୍ପତ୍ତିକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି | ବାସ୍ତବରେ ପାକିସ୍ତାନ ସରକାର ଭାରତର ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି । କେବଳ ଏତିକି ନୁହେଁ ଆକ୍ରମଣରେ ଧ୍ୱଂସ ହୋଇଥିବା ଘର ଏବଂ କୋଠାଗୁଡ଼ିକୁ ପୁନଃନିର୍ମାଣ କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି। ଏହି ନିଷ୍ପତ୍ତିକୁ ଭାରତୀୟ ଅଧିକାରୀ ଏବଂ ଅନ୍ତର୍ଜାତୀୟ ପର୍ଯ୍ୟବେକ୍ଷକ ଉଭୟ ତୀବ୍ର ସମାଲୋଚନା କରୁଛନ୍ତି |

Advertisment

କାରଣ ଆଶଙ୍କା ସୃଷ୍ଟି ହୋଇଛି ଯେ, ପୁନଃନିର୍ମିତ କୋଠାଗୁଡ଼ିକ ପୁଣି ଥରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବା ପାଇଁ ବ୍ୟବହାର କରାଯାଇପାରେ। ଏକ ରିପୋର୍ଟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଭାରତୀୟ ବାୟୁସେନା ଆକ୍ରମଣରେ ମୃତ୍ୟୁବରଣ କରିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ୧ କୋଟି ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି। ଏହି ଟଙ୍କା ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ଦିଆଯିବ। ଏହାର ଅର୍ଥ ହେଉଛି ଯଦି ମାସୁଦ ଆଝାରକୁ ଏକମାତ୍ର ଆଇନଗତ ଉତ୍ତରାଧିକାରୀ ଭାବରେ ବିବେଚନା କରାଯାଏ, ତେବେ ସେ ୧୪ କୋଟି ଟଙ୍କା ପାଇବ। କାରଣ ତାଙ୍କ ପରିବାରର ୧୪ ଜଣ ସଦସ୍ୟ ନିହତ ହୋଇଛନ୍ତି |

ଅପରେସନ ସିନ୍ଦୂରରେ, ଭାରତୀୟ ବାୟୁସେନା ପାକିସ୍ତାନରେ ଥିବା ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିଥିଲା। ଏଥିରେ ମାସୁଦ ଆଝାରର ପରିବାରର ୧୦ ଜଣ ସଦସ୍ୟ ଏବଂ ତାଙ୍କର ୪ ଜଣ ନିକଟତର ସହଯୋଗୀଙ୍କ ମୃତ୍ୟୁ ହୋଇଥିଲା। ଆଝାର ତା ପରିବାରର ଆଇନଗତ ଉତ୍ତରାଧିକାରୀ। କାରଣ ଆଝାରର ପରିବାରର ୧୪ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ଏହି ଦୃଷ୍ଟିରୁ, ଆଝାରଙ୍କୁ ୧୪ କୋଟି ଟଙ୍କା କ୍ଷତିପୂରଣ ମିଳିପାରେ। ମାସୁଦ ଆଝାର ନିଜେ ତାଙ୍କ ପରିବାର ସଦସ୍ୟଙ୍କ ମୃତ୍ୟୁର ନିଶ୍ଚିତ କରିଛି ।

ଅପରେସନ ସିନ୍ଦୁରରେ ଆଝାରର ବଡ଼ ଭଉଣୀ ଏବଂ ତାଙ୍କ ସ୍ୱାମୀ, ଜଣେ ଭଣଜା ଏବଂ ତାଙ୍କ ସ୍ତ୍ରୀ, ଜଣେ ଭଣଜା ଏବଂ ତାଙ୍କ ପରିବାରର ପାଞ୍ଚ ଜଣ ପିଲା ସାମିଲ ଥିଲେ। ଲାହୋରରୁ ପ୍ରାୟ ୪୦୦ କିଲୋମିଟର ଦୂରରେ ଥିବା ପଞ୍ଜାବର ବାହାୱଲପୁରରେ ଆତଙ୍କବାଦୀ ଭିତ୍ତିଭୂମିକୁ ଟାର୍ଗେଟ କରି ଭାରତୀୟ ବାୟୁସେନା ଆକ୍ରମଣ ସମୟରେ ଏମାନଙ୍କର ମୃତ୍ୟୁ ହୋଇଥିଲା।

ଆପଣଙ୍କୁ ଜଣାଇ ଦେଉଛୁ ଯେ ମେ ୭ରେ ଭାରତୀୟ ସେନା ଜାମିଆ ମସଜିଦ ସୁଭାନ ଆଲ୍ଲାହରେ ଥିବା ଜୈଶ-ଏ-ମହମ୍ମଦ ମୁଖ୍ୟାଳୟ ସମେତ ପ୍ରମୁଖ ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ୧୦୦ ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ। ଏମାନଙ୍କ ମଧ୍ୟରେ ପ୍ରମୁଖ ଆତଙ୍କବାଦୀ ମଧ୍ୟ ସାମିଲ ଥିଲେ।