ନରେନ୍ଦ୍ର ମୋଦୀ ନିର୍ବାଚନ ଜିତନ୍ତୁ ବୋଲି ଚାହାନ୍ତି ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌

ଇସ୍‌ଲାମବାଦ୍‌: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ନିର୍ବାଚନ ଜିତନ୍ତୁ ବୋଲି ଚାହାନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌। ପ୍ରଧାନମନ୍ତ୍ରୀ ମୋଦୀ ପୁଣି ଶାସନ କ୍ଷମତାକୁ ଆସିଲେ ଭାରତ-ପାକ୍‌ ଭିତରେ ଶାନ୍ତି ପ୍ରତିଷ୍ଠା ସମ୍ଭବ ବୋଲି ଇମ୍ରାନ ଆଶା ପ୍ରକଟ କରିଛନ୍ତି।

ନିକଟରେ ପ୍ରକାଶ ପାଇଥିବା ଏକ ଗଣମାଧ୍ୟମ ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଖାନ୍‌ ମଙ୍ଗଳବାର କହିଛନ୍ତି ଯେ ଭାରତ-ପାକ୍‌ ଭିତରେ ଶାନ୍ତି ସ୍ଥାପନ କେବଳ ପୁଣି ଥରେ ବିଜେପି ସରକାର ଆସିଲେ ହିଁ ସମ୍ଭବ। ଯଦି କଂଗ୍ରେସ କ୍ଷମତାକୁ ଆସେ ତେବେ ଶାନ୍ତି ପ୍ରତିଷ୍ଠା କଷ୍ଟ ହୋଇପଡ଼ିବ।

ସେ ଆହୁରି ବି କହିଛନ୍ତି ଯେ ଯଦି ଭାରତରେ ଉଚିତ ଦଳ ନିର୍ବାଚନ ଜିତେ ତାହାଲେ ଯାଇ କଶ୍ମୀରକୁ ନେଇ ରହିଥିବା ବିବାଦକୁ କିଛି ଅଂଶରେ ସମାଧାନ କରାଯାଇପାରେ। ଏହା ବ୍ୟତୀତ ସେ ଆହୁରି ବି ଅଭିଯୋଗ ଆଣିଛନ୍ତି କି ଏବେ ଶାସନ କ୍ଷମତାରେ ଥିବା ଭାରତ ସରକାର ମୁସ୍‌ଲମାନମାନଙ୍କ ଭିତରେ ଭେଦଭାବ ଦେଖୁଛନ୍ତି।

ସମ୍ବନ୍ଧିତ ଖବର