ମଇ ୧୯ରେ ହେବ ପାନାଜୀ ଆସନ ପାଇଁ ଭୋଟ ଗ୍ରହଣ, ମନୋହର ପାରିକରଙ୍କ ନିଧନ ପରେ ଆସନଟି ଖାଲି ରହିଛି

ନୂଆଦିଲ୍ଲୀ : ଗୋଆର ପାନାଜୀ ବିଧାନସଭା ଆସନ ପାଇଁ ଆସନ୍ତା ମଇ ୧୯ରେ ନିର୍ବାଚନ ଅନୁଷ୍ଠିତ ହେବ । ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ  ମନୋହର ପାରିକରଙ୍କ ନିଧନ ପରେ ଏହି ଆସନଟି ଖାଲି ରହିଛି । ଏ ସଂପର୍କରେ ଭାରତର ନିର୍ବାଚନ ଆୟୋଗ ଆଜି ଘୋଷଣା କରିଛନ୍ତି । ଏହା ସହିତ ତାମିଲନାଡୁର ୪ଟି ଓ କର୍ଣ୍ଣାଟକର ଗୋଟିଏ ଆସନ ପାଇଁ ଭୋଟ ଗ୍ରହଣ ଏହି ତାରିଖରେ ହେବ ।

ଆସନ୍ତା ୨୨ ତାରିଖରେ ଏହି ୬ଟି ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ସହ ମନୋନୟନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ । ମଇ ୧୯ ତାରିଖରେ ସାଧାରଣ ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ ହେବାକୁ ଥିବାବେଳେ ସେହି ଦିନ ଏହି ୬ଟି ଆସନ ପାଇଁ ମଧ୍ୟ ଭୋଟ ଗ୍ରହଣ ହେବ । ମଇ ୨୩ରେ ଭୋଟ ଗଣତି ହେବ । ସାଧାରଣ ନିର୍ବାଚନ ପାଇଁ ମଧ୍ୟ ଏହି ଦିନ ଭୋଟ ଗଣତି ହେବ ।

ସମ୍ବନ୍ଧିତ ଖବର