ଭୁବନେଶ୍ବର : ଶିକାରୀ ଓଡ଼ିଶାର। ଦଲାଲ ବା ମଧ୍ୟସ୍ଥି ପଶ୍ଚିମବଙ୍ଗର। ଭାଷାଗତ ବିଭେଦ କାରଣରୁ କେହି କାହା ସହିତ କଥାବାର୍ତା ହୁଅନ୍ତି ନାହିଁ। ବରଂ େମାବାଇଲ୍ ହ୍ବାଟସ୍‌ଆପରେ ଚାଲେ ବ୍ୟବସାୟ।

Advertisment

ଏମିତି ଢଙ୍ଗରେ ଭାରତୀୟ ବନ୍ୟପ୍ରାଣୀ ସୁରକ୍ଷା ଆଇନ, ୧୯୭୨ ଅନୁସାରେ ସିଡ୍ୟୁଲଡ ଵାନ ଶ୍ରେଣୀଭୁକ୍ତ ବିରଳ ସ୍ତନ୍ୟପ୍ରାୟୀ ପ୍ରାଣୀ ବଜ୍ରକାପ୍ତା ଚାଲାଣ ହେଉଛି। ଆଠଗଡ଼, େଢଙ୍କାନାଳ, ଅନୁଗୁଳ, ମୟୂରଭଂଜ, ମାଲକାନଗିରି ଜଙ୍ଗଲରୁ ଏହି ଜାଲ ଲମ୍ବିଛି ପଶ୍ଚିମବଙ୍ଗ ଦେଇ ବିଦେଶ ପର୍ଯ୍ୟନ୍ତ। େଗାଟିଏ େଗାଟିଏ ବଜ୍ରକାପ୍ତାର ଦାମ ୮ରୁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରୁଛନ୍ତି ଶିକାରୀ। ବର୍ଷକୁ କୋଟି େକାଟି ଟଙ୍କାର ବଜ୍ରକାପ୍ତା ଚାଲାଣ ହେଉଛି।

ନିକଟରେ ଆଠଗଡ଼ ବନଖଣ୍ଡରୁ ଧରାହୋଇଥିବା ଏକ ଦୁର୍ଦାନ୍ତ ଶିକାରୀ ଦଳଠାରୁ ଏମିତି ଚାଞ୍ଚଲ୍ୟକର ତଥ୍ୟ ପାଇଛି ବନ ବିଭାଗ। ନିଜେ ଆଠଗଡ଼ ଡିଏଫ୍ଓ ସସ୍ମିତା ଲେଙ୍କାଙ୍କ ନେତୃତ୍ବରେ ଏକ ଟିମ୍ ଶିକାରୀ ଦଳକୁ ଜେରା କରିବା ବେଳେ ସାଂଘାତିକ ତଥା ବିସ୍ମୟ ସୃଷ୍ଟି କଲାଭଳି ଖବର ମିଳିଥିଲା। ଏମିତି େଯ ଅନ୍ ଲାଇନ୍ ବେପାର କେବଳ ସହର ଭିତରେ ଆଉ ସୀମିତ ନାହିଁ। ବରଂ ବନ୍ୟପ୍ରାଣୀ ଶିକାର ପାଇଁ ଅଗନାଅଗନି ବନସ୍ତକୁ ଏହା ବ୍ୟାପିସାରିଲାଣି। ଏହା କେଉଁଠି ନା କେଉଁଠି ସୂଚାଇ ଦେଉଛି ଯେ ଜଙ୍ଗଲ ବିଭାଗ ବାବୁଙ୍କ ଠାରୁ େଢର୍ ଆଗରେ ରହିଛନ୍ତି ଶିକାରୀ।

ବନ ବିଭାଗ ଅଧିକାରୀମାନଙ୍କର କହିବା କଥା ହେଉଛି, ଗଜରାଜଠାରୁ ଆହୁରି ଅଧିକ ସମ୍ବେଦନଶୀଳ ଏହି ସ୍ତନ୍ୟପାୟୀ ପ୍ରାଣୀ ବଜ୍ରକାପ୍ତା। ଆଠଗଡ଼ ଠାରୁ ଅନୁଗୁଳ, ମୟୂରଭଂଜ, ଦକ୍ଷିଣ ଓଡ଼ିଶା ପର୍ଯ୍ୟନ୍ତ ବିଭିନ୍ନ ଜଙ୍ଗଲରେ ଏମାନଙ୍କ ଉପସ୍ଥିତି ରହିଛି। ଏହି ବିରଳ ପ୍ରଜାତିର ପ୍ରାଣୀ ଏତେ ସଂଖ୍ୟାରେ ଅଛନ୍ତି, ଏକଥା ଧୀରେ ଧୀରେ ଏବେ ସାମ୍ନାକୁ ଆସୁଛି।

ଭିଏତନାମ୍, ଚୀନ, ମିଆଁମାର ଭଳି ଦେଶରେ ବଜ୍ରକାପ୍ତାର ଚାହିଦା ବେଶ୍ ଅଧିକ। ଓଡ଼ିଶାରେ ମଳକଣ୍ଟକ ଭଳି େରାଗ େକ୍ଷତ୍ରରେ ବଜ୍ରକାପ୍ତାର କାତିକୁ କେହି କେହି ବ୍ୟବହାର କରିଥାନ୍ତି। କିନ୍ତୁ ବିଶେଷଜ୍ଞଙ୍କର କହିବା କଥା ହେଉଛି ଯେ ବଜ୍ରକାପ୍ତା ରୁମାଟିଜିମ୍, ଏକଜିମା, କ୍ୟାନସର ଠାରୁ ଆରମ୍ଭ କରି ନପୁଂସକତା ଦୂର ପର୍ଯ୍ୟନ୍ତ ବିଭିନ୍ନ ଔଷଧ େକ୍ଷତ୍ରରେ ବ୍ୟବହାର େହାଇଥାଏ। ଏଥିପାଇଁ ଏହାର ମୂଲ୍ୟ ବିଦେଶରେ େଢର୍ ଅଧିକ।

ଓଡ଼ିଶାରେ ଗତ କିଛି ବର୍ଷ ଧରି ବଜ୍ରକାପ୍ତା ଚୋରାଚାଲାଣ ରାକେଟ ଧରାପଡୁଛନ୍ତି। ଏହା ହିଁ ସୂଚାଉଛି େଯ ବଜ୍ରକାପ୍ତା ଚୋରା ଚାଲାଣ ରାକେଟ୍ ଓଡ଼ିଶାରେ ବେଶ୍ ସକ୍ରିୟ ଅଛନ୍ତି। ଆଇନ ଅନୁସାରେ, ଏସବୁ ଶିକାରୀ ଧରାପଡିଲେ, ସର୍ବନିମ୍ନ ୩ ବର୍ଷରୁ ୧୦ ବର୍ଷ ଯାଏ ଜେଲ୍ ଓ ୧୦ ହଜାର ଟଙ୍କାରୁ ଅଧିକ ଜରିମାନା ବ୍ୟବସ୍ଥା ରହିଛି। ହେଲେ ସରକାର ଏ ଦିଗ ପ୍ରତି େଯତିକି ଦୃଷ୍ଟିଦେବା କଥା ତାହା ଦେଇନାହାନ୍ତି।

ଡିଏଫ୍ଓ ସସ୍ମିତା ଲେଙ୍କାଙ୍କର କହିବା କଥା େହଉଛି, ଧରାପଡିଥିବା ଶିକାରୀମାନଙ୍କର େମାବାଇଲ୍ ଜବତ ପରେ ସେମାନଙ୍କ ବ୍ୟବସାୟ ସଂପର୍କରେ ପୁଙ୍ଖାନୁପୁଙ୍ଖ ତଥ୍ୟ ହାସଲ କରାଯାଇଛି। ଏବେ ଯେଉଁ ଶିକାରୀଙ୍କୁ ଧରାଯାଇଛି, ସେମାନେ ପୂର୍ବରୁ ଜଙ୍ଗଲରୁ ହାତୀ ଦାନ୍ତ ଶିକାର କରୁଥିଲେ। ଏ େକ୍ଷତ୍ରକୁ କଡ଼ାକଡ଼ି କରାଯିବା ପରେ ସେମାନେ ବଜ୍ରକାପ୍ତା ଧରି ବିଦେଶ ପର୍ଯ୍ୟନ୍ତ ପହଞ୍ଚାଉଛନ୍ତି।

ସାଧାରଣତଃ ମାଈ ବଜ୍ରକାପ୍ତା ଠାରୁ ଅଣ୍ଡିରା ବଜ୍ରକାପ୍ତାର ଆକାର ଓ ଓଜନ ଟିକେ ଅଧିକ। ୧୦ରୁ ୧୬ କେଜି ପର୍ଯ୍ୟନ୍ତ ବଜ୍ରକାପ୍ତାର ଓଜନ ରହିଥାଏ। ବଜ୍ରକାପ୍ତାର ଆକାର େଯତେ ବଡ, ସେତେ ଅଧିକ ଟଙ୍କା। ୧୨କେଜି ପର୍ଯ୍ୟନ୍ତ ବଜ୍ରକାପ୍ତା େକ୍ଷତ୍ରରେ ୮ଲକ୍ଷ ଟଙ୍କା ଦାମ ଶିକାରୀ ପାଇଥାଏ। େଯହେତୁ ବଜ୍ରକାପ୍ତା ଆଖିକୁ ଭଲ ଦିଶେନାହିଁ,ଏଣୁ ସେମାନେ ସହଜରେ ଧରାପଡିଯାଆନ୍ତି।

ଶିକାରୀମାନେ ମାନିଛନ୍ତି େଯ ବଜ୍ରକାପ୍ତା ଧରିବା ପରେ ସେମାନେ ହ୍ବାଟସ୍ ଆପରେ ଦଲାଲଙ୍କୁ ସଙ୍କେତ ଦେଇଥାନ୍ତି। ସମୁଦାୟ କାରବାରର େମାବାଇଲ୍ ଜରିଆରେ ଭିଡିଓ ରେକର୍ଡିଂ କରାଯାଇଥାଏ। ବଜ୍ରକାପ୍ତାକୁ େମସିନରେ ଓଜନ କରିବା ଠାରୁ ଆରମ୍ଭ କରି ଅଖାରେ ପ୍ୟାକେଜିଂ ସବୁ ଏହି ରେକର୍ଡିଂର ଅଂଶବିେଶଷ। ସେମାନଙ୍କର ଓଜନ େଯତିକି ହୋଇଥାଏ, ସେତିିକି ଟଙ୍କା ପଡିଥାଏ ଅଖା ବସ୍ତାରେ। କାତିର ଆକାର ମପାଯାଇଥାଏ ଫିତାରେ। ଏସବୁର ଭିଡିଓ େରକର୍ଡିଂ ହ୍ବାଟସ୍ ଆପ୍ ଜରିଆରେ ଯାଇଥାଏ ପଶ୍ଚିମବଙ୍ଗ ଦଲାଲ ପାଖକୁ। କାତି ୨ସେମି େହାଇଥିଲେ ୪ ହଜାର ଟଙ୍କା ଓ ୪ ସେମିି ହୋଇଥିଲେ ୮ ହଜାର ଟଙ୍କାରେ େନଇଥାଏ ଦଲାଲ। ବର୍ଷକ ମଧ୍ୟରେ ତିନି ତିନିଟି କାରବାର କରିଥିବା ସେମାନେ ସ୍ବୀକାର କରିଛନ୍ତି।

ଏବେ ପ୍ରଶ୍ନ ଉଠୁଛି, ହାତୀ ଠାରୁ ଅଧିକ ସମ୍ବେଦନଶୀଳ ବୋଲି କୁହାଯାଉଥିବା ଏହି ପ୍ରାଣୀର ସୁରକ୍ଷା ପାଇଁ ସରକାରଙ୍କ ବିଶେଷ ପଦକ୍ଷେପଟି କଣ? େକାଟି େକାଟି ଟଙ୍କାର ଏହି େଚାରା କାରବାରକୁ େରାକିବା େଯମିତି ଏକ ଚ୍ୟାଲେଞ୍ଜ, ବିଲୁପ୍ତ ପ୍ରାୟ ଏହି ପ୍ରାଣୀର ସୁରକ୍ଷା ସେତିକି ଅପରିହାର୍ଯ୍ୟ ବା ଗୁରୁତ୍ବପୂର୍ଣ୍ଣ।