ୱାସିଂଟନ: ଗର୍ଭାବସ୍ଥାରେ ପାରାସିଟାମଲ୍ ବ୍ୟବହାର ସମ୍ପର୍କରେ ଏକ ସ୍ପଷ୍ଟ ଉତ୍ତର ସାମ୍ନାକୁ ଆସିଛି। ନୂତନ ଆନ୍ତର୍ଜାତୀୟ ଗବେଷଣା ଅନୁଯାୟୀ, ଗର୍ଭାବସ୍ଥାରେ ପାରାସିଟାମଲ୍ ନେବା ଦ୍ୱାରା ପିଲାମାନଙ୍କଠାରେ ଅଟିଜିମ୍, ଏଡିଏଚ୍‌ଡି କିମ୍ବା ଅନ୍ୟ କୌଣସି ସମସ୍ୟାର ଆଶଙ୍କା ହୋଇ ନଥାଏ। ବିଶେଷଜ୍ଞମାନେ କହିଛନ୍ତି ଯେ, ଗର୍ଭବତୀ ମହିଳାମାନେ ଏନେଇ ନିଶ୍ଚିନ୍ତ ରହିବା ଉଚିତ। ଏହି ରିପୋର୍ଟ ଗତ ବର୍ଷ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ଖଣ୍ଡନ କରିଛି। ଟ୍ରମ୍ପ ପାରାସିଟାମଲ୍କୁ କଡ଼ା ସମାଲୋଚନା କରିଥିଲେ।

Advertisment

ଗତ ବର୍ଷ, ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପ୍ରଶାସନ ଦାବି କରିଥିଲେ ଯେ, ଗର୍ଭାବସ୍ଥାରେ ପାରାସିଟାମଲ୍ ବ୍ୟବହାର ପିଲାମାନଙ୍କ ମଧ୍ୟରେ ଅଟିଜିମ୍ ସୃଷ୍ଟି କରିପାରେ। ଟ୍ରମ୍ପ୍ ଗର୍ଭବତୀ ମହିଳାମାନଙ୍କୁ ଏହି ଔଷଧ ଖାଇବାରୁ ଦୂରେଇ ରହିବା ଉଚିତ ବୋଲି ପରାମର୍ଶ ଦେଇଥିଲେ। ତାଙ୍କ ମନ୍ତବ୍ୟକୁ ବିଶ୍ୱବ୍ୟାପୀ ଡାକ୍ତର ଓ ଚିକିତ୍ସା ସଂଗଠନଗୁଡ଼ିକ ଦ୍ୱାରା ସମାଲୋଚନା କରାଯାଇଥିଲା। ବିଶେଷଜ୍ଞମାନେ କହିଛନ୍ତି ଯେ, ଏହା ଯୋଗୁ ମହିଳାଙ୍କ ମଧ୍ୟରେ ଅନାବଶ୍ୟକ ଭୟ ବ୍ୟାପିଛି। ଏହି ଭୁଲ ଧାରଣାକୁ ଦୂର କରିବା ପାଇଁ ନୂତନ ଗବେଷଣା ଆବଶ୍ୟକ ହୋଇଥିଲା। ସୂଚନାଯୋଗ୍ୟ, ପାରାସିଟାମଲ୍ ଆମେରିକାରେ ଆସିଟାମିନୋଫେନ୍ ଅବା ଟାଇଲେନଲ୍ ଭାବେ ଜଣାଶୁଣା।

ଆହୁରି ପଢନ୍ତୁ: Nerovirus in China: ଚୀନ୍‌ରେ ନୋରୋଭାଇରସ୍‌ ଆତଙ୍କ: ୧୦୦ରୁ ଅଧିକ ଛାତ୍ରଛାତ୍ରୀ ସଂକ୍ରମିତ

ନୂତନ ଗବେଷଣା କ’ଣ କହୁଛି?
ପ୍ରତିଷ୍ଠିତ ମେଡିକାଲ ଜର୍ଣ୍ଣାଲ ଦି ଲାନସେଟରେ ପ୍ରକାଶିତ ଏହି ନୂତନ ଗବେଷଣାରେ ଗର୍ଭାବସ୍ଥାରେ ପାରାସିଟାମଲ ବ୍ୟବହାର ଉପରେ ୪୩ଟି ବଡ଼ ତଥା ନିର୍ଭରଯୋଗ୍ୟ ଅଧ୍ୟୟନ କରାଯାଇଥିଲା। ଅଧ୍ୟୟନରେ ଲକ୍ଷ ଲକ୍ଷ ମହିଳା ଏବଂ ସେମାନଙ୍କ ପିଲାମାନଙ୍କ ତଥ୍ୟ ଯାଞ୍ଚ୍ ହୋଇଥିଲା। ଅଧ୍ୟୟନରେ ପାରାସିଟାମଲ ଓ ଅଟିଜିମ୍ ମଧ୍ୟରେ କୌଣସି ସମ୍ପର୍କ ମିଳି ନଥିଲା। ଏହି ଔଷଧ ବିପଦ ବୃଦ୍ଧି କରେ ବୋଲି କୌଣସି ପ୍ରମାଣ ମିଳି ନଥିଲା। ସଠିକ୍ ମାତ୍ରାରେ ତଥା ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ପାରାସିଟାମଲ ଗର୍ଭାବସ୍ଥାରେ ସୁରକ୍ଷିତ ବୋଲି ଜଣାପଡ଼ିଥିଲା।

ଆହୁରି ପଢନ୍ତୁ: Karnney Visit Controvercy: କାର୍ନିଙ୍କ ଗସ୍ତ ପୂର୍ବରୁ ବିବାଦ: ଭାରତକୁ ସତର୍କ ସୂଚୀରେ ରଖି ନାଗରିକଙ୍କ ପାଇଁ ନୂଆ ଯାତ୍ରା ଆଡଭାଇଜରି ଜାରି କଲା କାନାଡା

ଔଷଧ ନ ଖାଇବା ଅଧିକ କ୍ଷତି କରିପାରେ
ଡାକ୍ତରମାନେ ଏହା ମଧ୍ୟ ଚେତାବନୀ ଦେଇଛନ୍ତି ଯେ, ଗର୍ଭାବସ୍ଥାରେ ଉଚ୍ଚ ଜ୍ୱର କିମ୍ବା ଯନ୍ତ୍ରଣାକୁ ଅଣଦେଖା କରିବା ଅତ୍ୟନ୍ତ ବିପଦପୂର୍ଣ୍ଣ ହୋଇପାରେ। ଯଦି ଜ୍ୱରକୁ କମ୍ କରାନଯାଏ, ତେବେ ଏହା ଗର୍ଭପାତ, ଅକାଳ ପ୍ରସବ କିମ୍ବା ଶିଶୁର ବିକାଶ ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ। ତେଣୁ ପାରାସିଟାମଲକୁ ବିଶ୍ୱବ୍ୟାପୀ ଗର୍ଭବତୀ ମହିଳାଙ୍କ ପାଇଁ ସବୁଠାରୁ ସୁରକ୍ଷିତ ଯନ୍ତ୍ରଣା ଉପଶମ ଏବଂ ଜ୍ୱର ଔଷଧ ଭାବରେ ବିବେଚନା କରାଯାଇଥାଏ। ଗତ ବର୍ଷ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ଏକ ଅଧ୍ୟୟନ ଦୀର୍ଘକାଳୀନ ଓ ହାଇ-ଡୋଜ୍ ପାରାସିଟାମଲ୍ ବ୍ୟବହାର ନେଇ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲା।