ରାଜନୀତିକୁ ଆସିବେ ମନୋହର ପାରିକରଙ୍କ ଦୁଇ ପୁଅ ଉତ୍ପଳ ଓ ଅଭିଜାତ

ପାନାଜୀ : ନିକଟରେ ପରଲୋକ ଗମନ କରିଥିବା ପୂର୍ବତନ ଗୋଆ ମୁଖମନ୍ତ୍ରୀ ଓ ବରିଷ୍ଠ ବିଜେପି ନେତା ମନୋହର ପାରିକରଙ୍କ ଦୁଇ ପୁଅ ଉତ୍ପଲ ଓ ରାଜନୀତିକୁ ଆସିବାକୁ ସଂକେତ ଦେଇଛନ୍ତି । ନିଜର ପିତାଙ୍କ ରାଜନୈତିକ ଆଦର୍ଶକୁ ଆଗକୁ ନେବା ପାଇଁ ସେମାନେ ଏହି ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି । ଏ ନେଇ ଦୁଇ ଭାଇ ଏକ ମିଳିତ ବକ୍ତବ୍ୟ ଜାରି କରିଛନ୍ତି । ବିଜେପି ମହଲରେ ଆଲୋଚନା ହେଉଛି ଯେ ଉତ୍ପଲ ଓ ଅଭିଜାତ ଆଗାମୀ ଲୋକସଭା ଓ ତାଙ୍କ  ପିତାଙ୍କ ପରଲୋକ ପରେ ଖାଲି ପଡିଥିବା ପାନାଜୀ ଆସନରୁ ବିଧାନସଭା ଉପ-ନିର୍ବାଚନ ଲଢିପାରନ୍ତି । ଏଥିରେ ଦୁଇଭାଇ କହିଛନ୍ତି ଯେ ଦେଶ ଓ ରାଜ୍ୟର ସେବା କରିବା ପାଇଁ ସେମାନେ ତାଙ୍କ ପିତାଙ୍କ ଆଦର୍ଶକୁ ଆଗେଇନେବେ, ଏହାହିଁ ହେବ ତାଙ୍କ ପିତାଙ୍କ ପାଇଁ ସର୍ବୋତ୍ତମ ଶ୍ରଦ୍ଧାଞ୍ଜଳୀ । ଏହା ସହିତ ଦୁଇଭାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ସହାୟତା ପାଇଁ ଧନ୍ୟବାଦ ଜଣାଇଛନ୍ତି । ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ଗତ ୧୭ ତାରିଖରେ ପାରିକରଙ୍କ ଦେହାନ୍ତ ହୋଇଥିଲା ।

ସମ୍ବନ୍ଧିତ ଖବର