ଭୁବନେଶ୍ୱର: ଆପଣ ନିୟମିତ ପାସେଞ୍ଜର ଟ୍ରେନରେ ଯିବା ଆସିବା କରୁଛନ୍ତି କି? ତେବେ ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ | କାରଣ ପୂର୍ବତଟ ରେଳପଥ ପକ୍ଷରୁ ଏବେ କିଛି ପାସେଞ୍ଜର ଟ୍ରେନ ବାତିଲ ବୋଲି ଘୋଷଣା କରାଯାଇଛି | ନଜର ପକାନ୍ତୁ କେଉଁ ସବୁ ପାସେଞ୍ଜର ଟ୍ରେନ ବାତିଲ ହେବ | ବାସ୍ତବରେ ଖୋର୍ଦ୍ଧା ଡିଭିଜନ ଅଧୀନରେ କିଛି ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ୬ଟି ପାସେଞ୍ଜର ଟ୍ରେନକୁ ବାତିଲ କରାଯାଇଛି |

Advertisment

ଟ୍ରେନ ନମ୍ବର(୬୮୪୧୯) ଭୁବନେଶ୍ୱର-ପଲାସା ମେମୁ ପାସେଞ୍ଜର ଟ୍ରେନ ଆସନ୍ତା ଡିସେମ୍ବର ମାସ(୧୪, ୧୫, ୧୬, ୧୮, ୨୧, ୨୨, ୨୩, ୨୫, ୨୮, ୨୯, ୩୦) ତାରିଖରେ ବନ୍ଦ ରହିବ | 

ଟ୍ରେନ ନମ୍ବର(୬୮୪୨୦) ପଲାସା-ଭୁବନେଶ୍ୱର ମେମୁ ପାସେଞ୍ଜର ଟ୍ରେନ ଆସନ୍ତା ଡିସେମ୍ବର ମାସ(୧୨, ୧୫, ୧୬, ୧୭, ୧୯, ୨୨, ୨୩, ୨୪, ୨୬, ୨୯, ୩୦, ୩୧) ତାରିଖରେ ବନ୍ଦ ରହିବ | 

ଆହୁରି ପଢନ୍ତୁ: Truck Accident: ୧୦୦୦ଫୁଟ୍ ଗଭୀରକୁ ଟ୍ରକ୍ ଖସି ୧୮ଜଣ ଶ୍ରମିକଙ୍କ ମୃତ୍ୟୁ,

ଟ୍ରେନ ନମ୍ବର(୧୮୦୨୧) ଓ ୧୮୦୨୨ ଖୋର୍ଦ୍ଧା-ଖଡଗପୁର ମେମୁ  ପାସେଞ୍ଜର ଟ୍ରେନ ଆସନ୍ତା ଡିସେମ୍ବର ମାସ(୧୧, ୧୨, ୧୫, ୧୬, ୧୮, ୧୯, ୨୨, ୨୩, ୨୫, ୨୬, ୨୯ ଓ ୩୦) ତାରିଖରେ ବନ୍ଦ ରହିବ |  


ଆହୁରି ପଢନ୍ତୁ:  Salt-Powered Batteries: ସଲ୍‌ଟ ବ୍ୟାଟେରି: ଏବେ ଲୁଣରେ ଚାଲିବ ମୋବାଇଲ୍‌!, ଉତ୍ପାଦନ ଆରମ୍ଭ କଲା ଜର୍ମାନୀ

ଟ୍ରେନ ନମ୍ବର(68423) ଓ ୧୮୦୨୨ କଟକ-ଭଦ୍ରକ ମେମୁ ପାସେଞ୍ଜର ଟ୍ରେନ ଆସନ୍ତା ଡିସେମ୍ବର ମାସ(୧୧, ୧୨, ୧୫, ୧୬, ୧୮, ୧୯, ୨୨, ୨୩, ୨୫, ୨୬, ୨୯ ଓ ୩୦) ତାରିଖରେ ବନ୍ଦ ରହିବ |