ଦେଓଗାଁ: ରାଜୁଡ଼ା ଅମଳରୁ ହୋଇ ଆସୁଥିବା ଜରାସିଂହା ପାଟଖଣ୍ଡା ଯାତ୍ରାରେ ଅନେକ ପରମ୍ପରା ରହିଛି। ଯାତ୍ରା ଆରମ୍ଭ ହେବା ଦିନରୁ ଶେଷ ହେବା ପର୍ଯ୍ୟନ୍ତ ଢୋଲ ନିଶାନ ଓ ମୁହୁରୀ ଗୋଟିଏ ସ୍ୱରରେ ବାଜୁଥିବା ବେଳେ ଦେବୀ ଆବିର୍ଭାବ ହେବା ଦିନରୁ ନଗାଧୋଇ ଅକାଠୁଆ ରହନ୍ତି ୩୨ ଦେହୁରୀ। କେବଳ ଜମିଦାର ନିଜର ନିତ୍ୟକର୍ମ କରି ଗାଧୋଉଠିବ ବେଳେ ୩୨ ଦେହେରୀ ଅକାଠୁଆ ରହି  କେବଳ ଜଳ ପାନ କରିବାର ନିଆରା ପରମ୍ପରା ରହିଛି। ମଣିଷ ପ୍ରତି ଦିନ ଦିନକୁ ଦୁଇ ଥର ଦାନ୍ତ ଘଷୁଥିବା ବେଳେ ଆଧୁନିକ ଯୁଗର ମଣିଷ ୫ ଦିନ ଧରି ଅକାଠୁଆ ରହି ଦେବୀଙ୍କ ଶରଣରେ ରହିବା ଆଲୋଚନାର ବିଷୟ ହୋଇଛି।

Advertisment

ଦେଝାର ଜଙ୍ଗଲରୁ ଦେବୀ ପାଟଖଣ୍ଡା ଉଚ୍ଚ ବାହାଳି, ବଉରା ପିଟା, ସେଲମାଙ୍କ ଖଳାରେ ଭକ୍ତଙ୍କ ଗୁହାରି ଶୁଣି ଜିନିଷି ଗୁଡ଼ିକୁ ପ୍ରବେଶ କରିବା ପରେ ଏକ ବୋଦାକୁ ବଳି ଦେଇ ତାର କଲିଜାକୁ ମାଟି ହାଣ୍ଡିରେ ଭୋଗ ପସ୍ତୁତ କରି ଦେବୀଙ୍କ ପାଖରେ ଅର୍ପଣ କରିବା ପରେ ୩ ଜଣ ବାରିକ, ୩ ଜଣ ବାଜାଵାଲା ଏବଂ ୬ ଜଣ ବାହାଧରୁ କାଠି କରିବାର ପରମ୍ପରା ରହିଛି। ଏହି ୧୨ ଜଣଙ୍କୁ ଛାଡି ବାକି ଥିବା ୨୦ ଜଣ ଦେହେରୀ ପାଟଖଣ୍ଡା ଦେବୀ ଦେଝାରକୁ ଗମନ କରିବା ପରେ ଛତ୍ରରଙ୍କୁ ମନ୍ଦିରରେ ରଖି ଘରକୁ ଗଲେ କାଠି କରି ଗାଧୋଇବାର ପରମ୍ପରା ରହିଛି ବୋଲି ବୁଢୀ ଆଇ ଦେବୀଙ୍କ ପୂଜକ ଉଜ୍ବଳ ଝାଙ୍କର ପ୍ରକାଶ କରିଛନ୍ତି।

ଖାଲି ଏତିକି ନୁହେଁ ଶହ ଶହ ବର୍ଷର ଯାତ୍ରାରେ ଅନେକ ଗୁଡ଼ିଏ ପରମ୍ପରା ରହିଛି। ମହାଳୟା ତଳେଇ ବସା ଦିନରୁ ପଟଖଣ୍ଡା ମନ୍ଦିରରେ ପୂଜା ଆରମ୍ଭ ହୋଇଥାଏ। ପ୍ରତିଦିନ ଗୋଟିଏ ଗୋଟିଏ  ଦହନା ମାଲ ନବମୀ ଦିନ ପର୍ଯ୍ୟନ୍ତ ଦିଆଯାଇଥାଏ। ଏହି ଦାହନା ମାଲ ଓ ଚୁଲୁକୁ ପିନ୍ଧି କି ମୁଖ୍ୟ ଦେହେରୀ ଦେଝରକୁ ଗଲା ପରେ ବରୁଆ  ଦେହରେ ଦେବୀ ଆବିର୍ଭାବ ହୋଇ ୫ ଦିନ ପାଇଁ ଯାତ୍ରାଖଳାକୁ ଆସିବାର ପରମ୍ପରା ରହିଛି।