କୋରାପୁଟ: ପଟାଙ୍ଗୀ ତହସିଲ ଅର୍ନ୍ତଗତ କୋଟିଆ ରାଜସ୍ବ ସର୍କଲର ତଳକାଣ୍ଟି ରାଜସ୍ବ ଗ୍ରାମ ଅଧିନରେ ଥିବା ତଳକାଣ୍ଠି, ସାଲେମପଦର, ଫୁଲପଦର, ଯୋଡ଼ିଆମ୍ବରେ ଲୋକେ ପୂର୍ବପୁରୁଷରୁ ରହି ଆସୁଛନ୍ତି। ଏମାନଙ୍କୁ ମିଳିଥିବା ଗୋଷ୍ଠୀଗତ ଜଙ୍ଗଲ ଜମି ପଟ୍ଟାରେ ମୌଜା ନାଁ ପରିବର୍ତ୍ତନ କରି ଦିଆଯାଇଛି। ଏହି ପଟ୍ଟା ଦେବା ସ୍ଥଗିତ କରି ଅନୁରୋଧର ପୁର୍ନବିଚାର କରି ପୁଣିଥରେ ସର୍ଭେ କରି ସଂଶୋଧିତ ପଟ୍ଟା ପ୍ରଦାନ କରିବାକୁ ଏହି ଚାରି ଗାଁର ଗ୍ରାମବାସୀମାନେ ଉପଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ।
ସୂଚନା ଅନୁଯାୟୀ, ତଳକାଣ୍ଠି ମୌଜା ଅଧିନରେ ଥିବା ଜଳ, ଜମି,ଜଙ୍ଗଲ ଓ ପାହାଡ ଉପରେ ଏମାନେ ସବୁ ସମ୍ପୂର୍ଣ୍ଣ ନିର୍ଭର। ତେବେ ଏହି ଗ୍ରାମବାସୀଙ୍କୁ ମିଳିଥିବା ଗୋଷ୍ଠୀଗତ ଜଙ୍ଗଲ ଜମି ପଟ୍ଟାରେ ତଳକାଣ୍ଟି ମୌଜା ବଦଳରେ ଅଲଗା ଗାଁର ନାଁ ଲେଖାଯାଇଛି।
ପୂର୍ବପୁରୁଷରୁ ଏହି ଚାରୋଟି ଗ୍ରାମବାସୀମାନେ ତଳକାଣ୍ଟି ରାଜସ୍ବ ଗାଁ ଓ ମୌଜା ଅଧିନରେ ରହି ଆସିଥିଲେ। ଏବେ ଅଚାନକ ଏହାକୁ ବଦଳାଇ ଦିଆଯାଇଛି। ଏହାକୁ ପୁର୍ନବିଚାର କରି ନୂଆରେ ସର୍ଭେ କରିବା୍ ପରେ ସଂଶୋଧନ କରି ଏହି ଗୋଷ୍ଠୀଗତ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିବାକୁ ଏହି ଚାରି ଗାଁର ଗ୍ରାମବାସୀମାନେ ଅନୁରୋଧ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/u6yI8X3ug3C8fCbgdD3h.jpg)