ସୋର: ସେବାର ବିକଳ ଚିତ୍ର। ଅଧା ବାଟରେ ଅଟକିଲା ୧୦୮ ଆମ୍ବୁଲାନ୍ସ । ଚାଲିଗଲା ରୋଗୀଙ୍କ ଜୀବନ। ଠେଲି ଠେଲି ହାଲିଆ ହେଲେ ଲୋକେ। ତଥାପି ଷ୍ଟାର୍ଟ ହେଲାନି ଆମ୍ବୁଲାନ୍ସ । ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳରୁ ଏଭଳି ଘଟଣା ସାମ୍ନାକୁ ଆସିଛି।
ସୋର ଥାନା ସିଙ୍ଗାଖୁଣ୍ଟା ପଞ୍ଚାୟତ ନୂଆଗାଁର ନାରାୟଣ ଚଣ୍ଡ ବିଲରୁ ଆସୁଥିବା ବେଳେ ପାଣିରେ ପଡିଯାଇଥିଲେ। ଗୁରୁତର ଅବସ୍ଥାରେ ସୋର ଡାକ୍ତରଖାନାକୁ ଅଣାଯାଉଥିଲା। ରୋଗୀ ନେଇ ଆସୁଥିବା ବେଳେ ଅଧା ବାଟରେ ଅଟକିଥିଲା । ଘଣ୍ଟାଏ ପରେ ଅନ୍ୟ ଏକ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚିବା ପରେ ସ୍ଥାନାନ୍ତର କରି ରୋଗୀ ସୋର ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ୧୦୮ ଆମ୍ବୁଲାନ୍ସ ଖରାପ ନେଇ ବାରମ୍ବାର ଏଭଳି ଚିତ୍ର ସାମ୍ନାକୁ ଆସୁଥିଲେ ମଧ୍ୟ ଏଥିରେ ସୁଧାର ଆସିପାରୁନି। ଯାହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
ବାଲେଶ୍ୱର ଜିଲ୍ଲା ସୋର ଥାନା ସିଙ୍ଗାଖୁଣ୍ଟା ପଞ୍ଚାୟତ ନୂଆଗାଁର ନାରାୟଣ ଚଣ୍ଡ ବିଲରୁ ଆସୁଥିବା ବେଳେ ପାଣିରେ ପଡିଯାଇଥିଲେ। ଗୁରୁତର ଅବସ୍ଥାରେ ସୋର ଡାକ୍ତରଖାନାକୁ ଅଣାଯାଉଥିଲା। ରୋଗୀ ନେଇ ଆସୁଥିବା ବେଳେ ଅଧା ବାଟରେ ଅଟକିଥିଲା । ଘଣ୍ଟାଏ ପରେ ଅନ୍ୟ ଏକ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚିବା ପରେ ସ୍ଥାନାନ୍ତର କରି ରୋଗୀ ସୋର ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ୧୦୮ ଆମ୍ବୁଲାନ୍ସ ଖରାପ ନେଇ ବାରମ୍ବାର ଏଭଳି ଚିତ୍ର ସାମ୍ନାକୁ ଆସୁଥିଲେ ମଧ୍ୟ ଏଥିରେ ସୁଧାର ଆସିପାରୁନି। ଯାହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/07/108-ambulance-2025-09-07-01-32-18.jpg)