ରାଉରକେଲା: ରାଉରକେଲା ସରକାରୀ ଡାକ୍ତରଖାନା (ଆର୍ଜିଏଚ୍) ରାଉରକେଲା, ସୁନ୍ଦରଗଡ଼, ପଡୋଶୀ ଝାଡ଼ଖଣ୍ଡ ଓ ଛତିଶଗଡ଼ର ରୋଗୀଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେଇ ଆସୁଥିବା ଏହି ଡାକ୍ତରଖାନାର ବିକାଶକୁ ସମସ୍ତେ ଯେମିତି ଭୁଲିଯାଇଛନ୍ତି। କେବଳ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍ଏଫ୍) ପାଣ୍ଠି ଭରସାରେ ଚାଲିଛି। ଡାକ୍ତର, ଫାର୍ମାସିଷ୍ଟ, ଷ୍ଟାଫ୍ନର୍ସ, ଲାବ୍ରୋଟୋରି ଟେକ୍ନିସିଆନ୍, ଏଏନ୍ଏମ୍, ଡାଟା ଏଣ୍ଟ୍ରି ଅପରେଟର ଏମତି ଅନେକ ପଦପଦବୀରେ କାମ କରୁଥିବା କର୍ମଚାରୀ ଡିଏମ୍ଏଫ୍ ପାଣ୍ଠିରୁ ଦରମା ପାଉଛନ୍ତି। ଯେଉଁ ଦିନ ଡିଏମ୍ଏଫ୍ ପାଣ୍ଠି ବନ୍ଦ ହୋଇଯିବ, ସେଇ ଦିନ ଆର୍ଜିଏଚ୍ର ଅଧିକାଂଶ ବିଭାଗର କାମ ଠପ୍ ହୋଇଯିବ। ଏଭଳି ସ୍ଥିତିରେ ଚାଲିଥିବା ଆର୍ଜିଏଚ୍ ସ୍ବାସ୍ଥ୍ୟସେବାକୁ ଗତ ସରକାର ଯେତିକି ଗୁରୁତ୍ବ ଦେବା କଥା ଦେଇ ନଥିଲା। ଆବଶ୍ୟକ ସୁବିଧାସୁଯୋଗ ନ ଦେଇ କେବଳ କାଗଜକଲମରେ ୪୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ଘୋଷଣା କରି କାମ ସାରିଦେଇଥିଲା। ଏବେ ନୂଆ ସରକାର ଆସିଲେ। ସ୍ବାସ୍ଥ୍ୟମନ୍ତ୍ରୀ ଆର୍ଜିଏଚ୍ ବୁଲିବା ସହ ସ୍ଥିତିର ସମୀକ୍ଷା କରିଛନ୍ତି। ବିଡମ୍ବନା, ଏଯାଏଁ ଜଣେ ହେଲେ ଡାକ୍ତର କି କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇନି।
ଆର୍ଜିଏଚ୍ରୁ ମିଳିଥିବା ତଥ୍ୟ ଅନୁଯାୟୀ ବର୍ତ୍ତମାନ ଡିଏମ୍ଏଫ୍ ପାଣ୍ଠିରେ ୧୩ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି। ଆନାସ୍ଥେସିଆରେ ୩, ଇଏନ୍ଟିରେ ଜଣେ, ଶିଶୁ ଡାକ୍ତର ଦୁଇଜଣ, ସର୍ଜରିରେ ଜଣେ, ମହିଳା ଓ ପ୍ରସୂତିରେ ଜଣେ, ତିନିଜଣ ମେଡିକାଲ ଅଫିସ୍ର, ଜଣେ ଦନ୍ତ ଚିକିତ୍ସକ, ରାଉରକେଲା ରକ୍ତଭଣ୍ଡାରରେ ଜଣେ ଡାକ୍ତର ନିଯୁକ୍ତି ପାଇଛନ୍ତି। ଆନାସ୍ଥେସିଆ ଡାକ୍ତରଙ୍କୁ ମାସିକ ୨ଲକ୍ଷରୁ ୨ ଲକ୍ଷ ୫୦ ହଜାର, ଶିଶୁ ଡାକ୍ତରଙ୍କୁ ଦେଢ଼ଲକ୍ଷରୁ ଦୁଇ ଲକ୍ଷ, ରକ୍ତଭଣ୍ଡାର ଡାକ୍ତରଙ୍କୁ ମାସିକ ଦେଢ଼ ଲକ୍ଷ, ଅନ୍ୟାନ୍ୟ ବିଭାଗରେ ମାସିକ ୨ରୁ ଅଢ଼େଇ ଲକ୍ଷ ଟଙ୍କା ଦରମା ଡିଏମ୍ଏଫ୍ ପାଣ୍ଠିରୁ ଦିଆଯାଇଛି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଡାକ୍ତର କେବଳ ବର୍ହିବିଭାଗରେ ରୋଗୀ ଦେଖି ଚାଲିଯାଉଛନ୍ତି। ଅର୍ନ୍ତବିଭାଗ ରୋଗୀ ଆଦୌ ଦେଖୁନଥିବା ରୋଗୀମାନେ ଅଭିଯୋଗ କରିଛନ୍ତି। ୧୫୧ ଜଣ ଷ୍ଟାଫନର୍ସ, ଡିଇଓ, ଏଏନ୍ଏମ୍, ଫାର୍ମାସିଷ୍ଟ, ରେଡିଓଗ୍ରାଫର, ଏଲ୍ଟି, ହିସାବରକ୍ଷକ ଡିଏମ୍ଏଫ୍ ପାଣ୍ଠିରୁ ନିଯୁକ୍ତି ପାଇଛନ୍ତି। ଏମାନଙ୍କ ମଧ୍ୟରୁ କିଛି କର୍ମଚାରୀ କାର୍ଯ୍ୟରେ ଅବହେଳା କରୁଥିବା ବାରମ୍ବାର ଅଭିଯୋଗ ହେଉଥିଲେ ହେଁ, କାର୍ଯ୍ୟାନୁଷ୍ଠାନ ଶୂନ୍। କେବଳ ଏତିକି ନୁହେଁ ଡିଏମ୍ଏଫ୍ ପାଣ୍ଠିରେ ଖୋଲାଯାଇଥିବା ସେଣ୍ଟ୍ରାଲ ଲ୍ୟାବ୍ରେ ଲକ୍ଷ ଲକ୍ଷ ଟଙ୍କାର ମେସିନ୍ ଖତ ଖାଉଛି। ସ୍ବାସ୍ଥ୍ୟବିଭାଗ ଦାଗିଦ୍ କଲା ପରେ ମଧ୍ୟ ସେଣ୍ଟ୍ରାଲ ଲ୍ୟାବ୍ ଖୋଲୁନି। ସେଣ୍ଟ୍ରାଲ ଲ୍ୟାବ୍ରେ ୮ ଲକ୍ଷ ୧୦ ହଜାର ଟଙ୍କାର ବାୟୋକେମିଷ୍ଟ୍ରି ଅଟୋଆନାଲାଇଜ୍ର, ୧୨ ଲକ୍ଷ ଟଙ୍କାର ଇମ୍ୟୁନୋଲଜି ଅଟୋଆନାଲାଇଜର୍-୨୦୦୦, ୭ ଲକ୍ଷ ୨୫ ହଜାର ଟଙ୍କାର ଇମ୍ୟୁନୋଲଜି ଅଟୋଆନାଲାଇଜର୍-୧୦୦୦ ଲଗାଯାଇଛି।

ଏହାଛଡ଼ା ୮ ଲକ୍ଷ ୨୫ ହଜାର ଟଙ୍କାର ଏଚ୍ବିଏ୧ସି ଅଟୋଆନାଲାଇଜ୍ର, ୫୭ ହଜାର ୫୦୦ ଟଙ୍କାର ଏଚ୍ବିଏ୧ସି ସେମିଅଟୋମେଟିକ୍ ଆନାଲାଇଜର୍, ୧ ଲକ୍ଷ ଟଙ୍କାର ଏଲିସା ରିଡର୍ ଓ ୱାସର୍, ୩ ଲକ୍ଷ ୬୦ ହଜାର ଟଙ୍କାର ଡିପ୍ଫ୍ରିଜର୍, ୭ ଲକ୍ଷ ୩୫ ହଜାର ଟଙ୍କାରେ ୧୦ଟି ଫ୍ରିଜ୍ ଓ ୧୦ଟି ଷ୍ଟାବିଲାଇଜର୍, ୮୮ ହଜାର ୫୦୦ ଟଙ୍କାର ୩ଟି ମାଇକ୍ରୋସ୍କୋପ୍ ବାଇନୋକୁଲାର୍, ୧ ଲକ୍ଷ ୫୦ ହଜାର ଟଙ୍କାର ୪ଟି ସେଣ୍ଟ୍ରିଫ୍ୟୁଜ୍ ମେସିନ୍, ୭୪ ହଜାର ଟଙ୍କାରେ ୨ଟି ଇନକ୍ୟୁବେଟର, ୪୫ ହଜାର ଟଙ୍କାର ହଟ୍ଏୟାର ଓଭେନ୍, ୫୦ ହଜାର ଟଙ୍କାରେ ୨ଟି ଫ୍ଲେବିଟମି ଚେୟାର୍, ୧୯ ହଜାର ଟଙ୍କାର ୱାଟର୍ ବାର୍ଥ, ୮ ହଜାର ଟଙ୍କାର ସାଇକ୍ଲୋମିକ୍ସର୍, ୧୬ ହଜାର ୫୦୦ ଟଙ୍କାର ବ୍ଲଡ୍ ମିକ୍ସର ସମେତ ଆହୁରି କିଛି ଛୋଟଛୋଟ ଯନ୍ତ୍ର କିଣାଯାଇଛି। ସେହିପରି ୧୩ ଲକ୍ଷ ଟଙ୍କାରେ ୨ଟି ସେଲ୍ କାଉଣ୍ଟର, ୮୫ ହଜାର ଟଙ୍କାରେ ଗୋଟିଏ କୋଆଗୁଲାସନ୍ ଆନାଲାଇଜର (୨ ଚାନେଲ୍) ଓ ୧ ଲକ୍ଷ ୮୫ ହଜାର ଟଙ୍କାରେ ଗୋଟିଏ କୋଆଗୁଲାସନ୍ ଆନାଲାଇଜର/ଡି-ଡିମର (୪ ଚାନେଲ୍) କିଣାଯାଇଛି। ଗୋଟିଏ ହେଲେ ମେସିନ୍ ଚାଲୁନି।