ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ୨୦୨୫ ଏସିଆ କପ୍ ପାଇଁ ତାର ଦଳ ଘୋଷଣା କରିଛି। ୟୁଏଇରେ ଖେଳାଯିବାକୁ ଥିବା ଏସିଆ କପ୍ ପାଇଁ ପିସିବି ୧୭ ଜଣିଆ ଦଳ ଘୋଷଣା କରିଛି। ଷ୍ଟାର ବ୍ୟାଟ୍ସମ୍ୟାନ୍ ବାବର ଆଜମ ଏବଂ ଦିନିକିଆ ଅଧିନାୟକ ମହମ୍ମଦ ରିଜୱାନଙ୍କୁ ଏହି ଦଳରେ ସାମିଲ କରାଯାଇ ନାହିଁ। ସଲମାନ ଅଲି ଆଗାଙ୍କୁ ଅଧିନାୟକ ଘୋଷଣା କରାଯାଇଛି। ସେ ଏହି ବର୍ଷ ଆରମ୍ଭରୁ ଟି-୨୦ ଦଳର ନେତୃତ୍ୱ ନେଉଛନ୍ତି।
ପୂର୍ବତନ ଅଧିନାୟକ ବାବର ଆଜମ ଏବଂ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଏବଂ ଦିନିକିଆ ଅଧିନାୟକ ମହମ୍ମଦ ରିଜୱାନଙ୍କୁ ଏସିଆ କପ୍ ଦଳରେ ସାମିଲ କରାଯାଇ ନାହିଁ। ଅନେକ ରିପୋର୍ଟରେ ଦାବି କରାଯାଇଥିଲା ଯେ ଏହି ଉଭୟ ଷ୍ଟାର ଖେଳାଳି ଏସିଆ କପ୍ ପାଇଁ ଟି-୨୦ ଦଳକୁ ଫେରିପାରନ୍ତି, କିନ୍ତୁ ପିସିବି ଉଭୟଙ୍କୁ ଏକ ବଡ଼ ଝଟକା ଦେଇଛି। ବାବର ଆଜମ ଶେଷ ଥର ପାଇଁ ଡିସେମ୍ବର ୨୦୨୪ରେ ପାକିସ୍ତାନ ପାଇଁ ଟି୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ସେହି ସମୟରେ, ମହମ୍ମଦ ରିଜୱାନ ମଧ୍ୟ ଡିସେମ୍ବର ୨୦୨୪ରେ ଶେଷ ଥର ପାଇଁ ପାକିସ୍ତାନ ପାଇଁ ଟି୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ।
୨୦୨୫ ଏସିଆ କପ୍ ପାଇଁ ପାକିସ୍ତାନର ଦଳ- ସଲମାନ ଆଗା (ଅଧିନାୟକ), ଅବରାର ଅହମ୍ମଦ, ଫହୀମ ଆଶ୍ରଫ, ଫଖର ଜମାନ, ହାରିସ ରୌଫ, ହାସନ ଅଲି, ହାସନ ନୱାଜ, ହୁସେନ ତଲାତ, ଖୁସଦିଲ ଶାହ, ମହମ୍ମଦ ହାରିସ (ୱିକେଟକିପର), ମହମ୍ମଦ ନୱାଜ, ମହମ୍ମଦ ୱାସିମ, ସାହିବଜାଦା ଫରହାନ, ସୈମ ଆୟୁବ, ସଲମାନ ମିର୍ଜା, ଶାହିନ ଆଫ୍ରିଦି ଏବଂ ସୁଫିଆନ ମୁକିମ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/08/16/d0f9f64e-3ef4-4e12-aad2-53d8b8d42fa6-2025-08-16-09-21-32.jpg)