ଦୁବାଇ: ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ପାକିସ୍ତାନର ଅଂଶଗ୍ରହଣ ନେଇ ସୃଷ୍ଟି ହୋଇଥିବା ସଂଶୟ ଓ ଦ୍ବନ୍ଦ୍ବ ଥମିବାର ନାଁ ଧରୁନି। ଆଇସିସି ଓ ବିସିସିଆଇ ଉପରେ ମନସ୍ତାତ୍ବିକ ଚାପ ଜାରି ରଖିବାକୁ ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ପ୍ରତିଦିନ ନୂଆ ନାଟକ କରୁଛି। ଏହିକ୍ରମରେ ଶନିବାର ଆଉ ଏକ ପ୍ରହଶନ କରିଛି ପିସିବି। ଅନିର୍ବାଜ୍ୟ କାରଣ ଦର୍ଶାଇ ପାକିସ୍ତାନ କ୍ରିକେଟ୍‌ ଦଳର ଜର୍ସି ଓ କିଟ୍‌ ଉନ୍ମୋଚନ କାର୍ଯ୍ୟକ୍ରମକୁ ହଠାତ୍ ବାତଲ କରି ଦେଇଛି। ଏହି କାର୍ଯ୍ୟକ୍ରମ ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଟ୍ବେଣ୍ଟି-୨୦ ମ୍ୟାଚ୍‌ର ଟସ୍‌ ପଡ଼ିବା ପରେ ହେବାର ଥିଲା।

Advertisment

ହେଲେ ପାକିସ୍ତାନର ବିଶ୍ବକପ୍‌ ଅଂଶଗ୍ରହଣକୁ ସେଠାକାର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଏପର୍ଯ୍ୟନ୍ତ ସୁବିଜ ସଂକେତ ଦେଇ ନଥିବାରୁ ଏହି କାର୍ଯ୍ୟକ୍ରମକୁ ବାତିଲ କରିଦିଆଯାଇଥିବା ଜଣାପଡ଼ିଛି। ପାକିସ୍ତାନ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସୋମବାର ଏହି ମାମଲାରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାର ଅଛି। ଆଶ୍ଚର୍ଯ୍ୟଜନକ କଥା ହେଲା ବିଶ୍ବକପ୍‌ ଖେଳିବା ଲାଗି ପିସିବି ନିଜ ଖେଳାଳିଙ୍କ ଶ୍ରୀଲଙ୍କା ଗସ୍ତ ଲାଗି ବିମାନ ଟିକେଟ କରିସାରିଛି।

ଆହୁରି ପଢନ୍ତୁ: Shehbaz said about Pakistan: ମୋତେ ଓ ମୁନିରଙ୍କୁ ବିଭିନ୍ନ ଦେଶକୁ ଭିକାରୀଙ୍କ ପରି ଋଣ ମାଗିବାକୁ ପଡ଼ିଛି: ଶେହବାଜ

ଏହି ଦଳ ଫେବ୍ରୁଆରି ୨ରେ ଶ୍ରୀଲଙ୍କାର କଲମ୍ବୋରେ ପହଞ୍ଚିବ ବୋଲି ମଧ୍ୟ ଅନୗପଚାରିକ ଭାବେ ସୂଚନା ଦେଇଛି। ତଥାପି ବିଶ୍ବକପ୍‌ ଯେତେ ଯେତେ ପାଖେଇ ଆସୁଛି ପିସିବି ସେତିକି ସେତିକି ନଖରାମି କରିଚାଲିଛି। ଆଇସିସି କିନ୍ତୁ ଏହି ମାମଲରେ ଏକବାର ଚୁପ୍‌ ରହିଛି। ଯଦି ପାକିସ୍ତାନ ବିଶ୍ବକପ୍‌ରୁ ଓହରିଯାଏ ତାହେଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ସ୍ପଷ୍ଟ ଭାବେ ସୂଚନା ଦେଇ ସାରିଛି।

 ସୂଚନାଯୋଗ୍ୟ ଯେ ପାକିସ୍ତାନ ତା’ର ବିଶ୍ବକପ୍‌ ଅଭିଯାନ ଫେବ୍ରୁଆରି ୧୦ ତାରିଖରେ ଆମେରିକା ବିପକ୍ଷରେ ଆରମ୍ଭ କରିବାର ଅଛି। ଗତ ବିଶ୍ବକପ୍‌ରେ ଆମେରିକା ଭଳି ଅନାମଧେୟ ଓ ଅନଭିଜ୍ଞ ଦଳ ପାକିସ୍ତାନକୁ ହରାଇ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଥିଲା। ଏଥର ମଧ୍ୟ ଆମେରିକା ଦଳ ପାକିସ୍ତାନକୁ ହରଡ଼ ଘଣାରେ ପକାଇବାର ଯଥେଷ୍ଟ ସମ୍ଭାବନା ରହିଛି।