କୋରାପୁଟ : କୋରାପୁଟ ଅନ୍ତର୍ଜାତୀୟ ମାନବାଧିକାର କାଉନସିଲ ପକ୍ଷରୁ ଆଜି ଏକ ଶାନ୍ତିପୂୁର୍ଣ୍ଣ ଶୋଭାଯାତ୍ରା କରାଯାଇଛି । ମହାଲିଙ୍ଗର ଏକ ଘରୋଇ ବିଦ୍ୟାଳୟର ଅଧ୍ୟକ୍ଷା ମମିତା ମେହେରଙ୍କୁ ନ୍ୟାୟ ଦାବିରେ କଳାନିକେତନ ଛକରୁ ଜଗନ୍ନାଥ ମନ୍ଦିର ଛକ ଯାଏ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା କରାଯାଇଛି । ମମିତାଙ୍କ ପରିବାରକୁ ନ୍ୟାୟ ସହ ତ୍ୱରିତ ପଦକ୍ଷେପ ନେବାକୁ ଦାବି ହୋଇଛି । ଏଥିରେ ଅନୁଷ୍ଠାନର ଜିଲ୍ଲା ସଭାପତି ଅସିତ କୁମାର ପଣ୍ଡା, ସାଧାରଣ ସମ୍ପାଦକ ସନ୍ତୋଷ କୁମାର ପଣ୍ଡା, ଲିଜା ରାଉତରାୟ, ପ୍ରୀତି ପ୍ରସାଦ, ରାମକୃଷ୍ଣ ଚୌଧୁରୀ, ଅଶୋକ କୁମାର ନନ୍ଦ, ସଞ୍ଜୟ କୁମାର ଜେନା, ଦୟାନିଧି କୁମାର, ଶ୍ରୀଚରଣ ଗୌଡ, ଏନ.ମୂର୍ତ୍ତି, ଦେବାଶିଷ ପଣ୍ଡା ପ୍ରମୁଖ ଉପସ୍ଥିତି ଥିଲେ ।
ମମିତା ମେହେର ଘଟଣା : କୋରାପୁଟ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା
/sambad/media/post_attachments/wp-content/uploads/2021/10/mamita-final-bk.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)