ଭାଲେଣ୍ଟାଇନ୍ସ ଡେ’ରେ ବଜରଙ୍ଗ ଦଳର ଶାନ୍ତିପୂର୍ଣ୍ଣ ବିକ୍ଷୋଭ; ପ୍ରେମୀ ଯୁଗଳଙ୍କୁ ବିରୋଧ କଲେ ସୁରକ୍ଷା ଦେବ ପୁଲିସ

ଭୁବନେଶ୍ବର : ଆଜି ଭାଲେଣ୍ଟାଇନ୍ସ ଡେ ବା ପ୍ରେମୀ ଦିବସ । ପ୍ରେମୀ ଦିବସ ମନାଇବାକୁ ପ୍ରେମୀ ଯୁଗଳଙ୍କ ମଧ୍ୟରେ ସ୍ୱତନ୍ତ୍ର ଉତ୍ସାହ ଥିବା ସମୟରେ ଏଥର ପ୍ରେମୀ ଯୁଗଳଙ୍କୁ ବିରୋଧ ନ କରିବାକୁ ଘୋଷଣା କରିଛି ବଜରଙ୍ଗ ଦଳ ।  ବଜରଙ୍ଗ ଦଳ ପକ୍ଷରୁ ଶାନ୍ତପୂର୍ଣ୍ଣ ଭାବେ ବିକ୍ଷୋଭ କରାଯାଉଛି । ପ୍ରେମକୁ ବିରୋଧ କରାଯାଉନି କିନ୍ତୁ ପାଶ୍ଚାତ୍ୟ ସଂସ୍କୃତିର ଖରାପ ପରମ୍ପରାକୁ ବିରୋଧ କରାଯାଉଛି ବୋଲି ବଜରଙ୍ଗ ଦଳର ସଦସ୍ୟମାନେ କହିଛନ୍ତି । ଏହା ସହିତ ବିଭିନ୍ନ ସ୍ଥାନରେ ଯୁବକଯୁବତୀଙ୍କୁ ସଚେତନ କରୁଛନ୍ତି । ପୂର୍ବରୁ ବଜରଙ୍ଗ ଦଳ ନାଁରେ କେତେକ ଅସମାଜିକ ଯୁବକ ହିଂସା କାଣ୍ଡ ଭିଆଉଥିବାରୁ ସଂଗଠନକୁ ବଦନାମ କରାଯାଇଛି । ତେଣୁ ଚଳିତ ବର୍ଷ ସଂଗଠନ ପକ୍ଷରୁ ଏଭଳି ନିଆରା ଉଦ୍ୟମ କରାଯାଇଛି।

ତେବେ ବିଭିନ୍ନ ସଂଗଠନ ପକ୍ଷରୁ ପ୍ରେମୀ ଯୁଗଳଙ୍କୁ ବିରୋଧ କରାଯିବ ବୋଲି ଘୋଷଣା କରାଯାଇଥିବାରୁ  ବିଭିନ୍ନ ପାର୍କ ଓ ମଲ ଗୁଡିକ ନିକଟରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦେଇଛି କମିଶନରେଟ୍ ପୋଲିସ୍ ଏବଂ ସୁରକ୍ଷା ଯୋଗାଇ ଦିଆଯିବ ବୋଲି କୁହାଯାଇଛି । ଏଥିପାଇଁ କମିଶନରେଟ ପୁଲିସ ପକ୍ଷରୁ ପ୍ରାୟ ୧୨ରୁ ୧୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । କୌଣସି ଦଳ କିମ୍ବା ସଙ୍ଗଠନ ପ୍ରେମୀ ଯୁଗଳଙ୍କୁ ମାରପିଟ ଅଭିଯୋଗ ଆସିଲେ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ କମିଶନର କହିଛନ୍ତି ।

ସମ୍ବନ୍ଧିତ ଖବର