ଭୁବନେଶ୍ବର: ରାଜଧାନୀର ପାତ୍ରପଡ଼ାରେ ଛାତ୍ରୀ ମୃତ୍ୟୁ ଘଟଣାରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି ଫୁଲେଶ୍ବରୀ ବସ୍ତିର ଲୋକ। ଗତକାଲିର ଦୁର୍ଘଟଣା ପ୍ରତିବାଦରେ ଜାତୀୟ ରାଜପଥ ଅବରୋଧ କରାଯାଇଛି।
ଗତକାଲି ଥାର୍ ଧକ୍କାରେ ଛାତ୍ରୀର ମୃତ୍ୟୁ ଘଟିଥିଲା । ଦୁର୍ଘଟଣାରେ ମା’ ଓ ପୁଅ ଗୁରୁତର ହୋଇ ଏମ୍ସରେ ଚିକିତ୍ସାଧୀନ ଅଛନ୍ତି । ଫୁଟ୍ ଓଭର୍ ବ୍ରିଜ୍ ନିର୍ମାଣ ଦାବିରେ ଟାୟାର୍ ଜାଳି ରାସ୍ତା ଅବରୋଧ କରୁଛନ୍ତି ଲୋକେ । ଏଣେ ଜାତୀୟ ରାଜପଥ ଅବରୋଧ ଯୋଗୁ ଉଭୟ ପଟେ ଅଟକିଛି ଶହ ଶହ ଗାଡ଼ି । ଘଟଣାସ୍ଥଳରେ ଏସିପି ତାପସ ପ୍ରଧାନ ବୁଝାସୁଝା କରିଛନ୍ତି।

ତେବେ ବେପରୁଆ ଗାଡ଼ି ଚାଳନା ଯୋଗୁ ଗତକାଲି ଚାଲିଗଲା କୁନି ଝିଅର ଜୀବନ। ଭୁବନେଶ୍ୱର ପଟିଆ ସ୍ଥିତ ମାମୁ ଘରୁ ଫେରୁଥିଲେ ଦୁଇ ଛୁଆକୁ ଧରି ପାତ୍ରପଡ଼ାର ରେବତୀ ରାଉଳ । ଘର ନିକଟରେ ରାସ୍ତା ପାରିହେବା ବେଳେ ଦ୍ରୁତ ଗତିରେ ଆସି ମାଆ,ପୁଅ ଓ ଝିଅଙ୍କୁ ପିଟି ଚାଲିଗଲା ଅଜଣା ଗାଡ଼ି । ଦୁର୍ଘଟଣାରେ ୮ ବର୍ଷର ଝିଅ ରେଶମା ରାଉଳଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ମାଆଙ୍କୁ ଭୁବନେଶ୍ୱର ଏମ୍ସକୁ ଅଣାଯାଇଥିଲା । ସୌଭାଗ୍ୟକୁ ୨ ବର୍ଷର ଶିଶୁପୁତ୍ର ସାମାନ୍ୟ ଆହତ ହୋଇଛି । ଅଭିଯୋଗ ପାଇବା ପରେ ପୁଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।