ମାଲକାନଗିରି: ପୁଣି ସାର କଳାବଜାରିକୁ ନେଇ ଚାଷୀ ଗର୍ଜିଲେ। ମାଲକାନଗିରି ଥାନା ଅନ୍ତର୍ଗତ ଶିଖପଲ୍ଲୀ ଠାରେ ୩୨୬ ନଂ ଜାତୀୟ ରାଜପଥକୁ ଅବରୋଧ କଲେ ଚାଷୀ। ଚାଷୀଙ୍କୁ ସାର ମିଳୁନଥିବା ନେଇ ଅଭିଯୋଗ ହୋଇ ଆସୁଥିଲା। ଲ୍ୟାମ୍ପସ କର୍ତ୍ତୃପକ୍ଷଙ୍କ ଅବହେଳା ଓ ଦୋକାନୀମାନଙ୍କ ସହ ମଧୁଚନ୍ଦ୍ରିକା ଯୋଗୁ ଚାଷୀ ସାର ପାଇବାରୁ ବଞ୍ଚିତ ହୋଇଛନ୍ତି।
ମାଲକାନଗିରି ଥାନା ଅନ୍ତର୍ଗତ ଶିଖପଲ୍ଲୀ ଠାରେ ୩୨୬ ନଂ ଜାତୀୟ ରାଜପଥକୁ ଅବରୋଧ କଲେ ଚାଷୀ। ଚାଷୀଙ୍କୁ ସାର ମିଳୁନଥିବା ନେଇ ଅଭିଯୋଗ ହୋଇ ଆସୁଥିଲା। ଲ୍ୟାମ୍ପସ କର୍ତ୍ତୃପକ୍ଷଙ୍କ ଅବହେଳା ଓ ଦୋକାନୀମାନଙ୍କ ସହ ମଧୁଚନ୍ଦ୍ରିକା ଯୋଗୁ ଚାଷୀ ସାର ପାଇବାରୁ ବଞ୍ଚିତ ହୋଇଛନ୍ତି। ଦୀର୍ଘ ସମୟ ଧରି ଚାଷୀ ୩୨୬ ନଂ ଜାତୀୟ ରାଜପଥକୁ ଅବରୋଧ କରିବା ପରେ ମାଲକାନଗିରି ତହସିଲଦାର ପହଞ୍ଚି ବୁଝାସୁଝା କରିବା ପରେ ଚାଷୀ ଶାନ୍ତ ପଡ଼ିଥିଲେ। ଆସନ୍ତା ୭ଦିନ ମଧ୍ୟରେ ଚାଷୀଙ୍କୁ ସାର ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଚାଷୀ ରାସ୍ତାରୁ ହଟିଥିଲେ।
ଦୀର୍ଘ ସମୟ ଧରି ଚାଷୀ ୩୨୬ ନଂ ଜାତୀୟ ରାଜପଥକୁ ଅବରୋଧ କରିବା ପରେ ମାଲକାନଗିରି ତହସିଲଦାର ପହଞ୍ଚି ବୁଝାସୁଝା କରିବା ପରେ ଚାଷୀ ଶାନ୍ତ ପଡ଼ିଥିଲେ। ଆସନ୍ତା ୭ଦିନ ମଧ୍ୟରେ ଚାଷୀଙ୍କୁ ସାର ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଚାଷୀ ରାସ୍ତାରୁ ହଟିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/25/untitled-2025-08-25-11-48-54.png)