ରାୟଗଡ଼ା: ଗତକାଲି ରାୟଗଡ଼ା ସହରରେ ଘଟିଥିବା ବୀଭତ୍ସ ହତ୍ଯାକାଣ୍ଡକୁ ନେଇ ସହରରେ ଅଶାନ୍ତକର ପରିବେଶ ସୃଷ୍ଟି ହେବା ସହ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି। ମୃତକଙ୍କ ପରିବାରକୁ ନ୍ଯାୟ ଦାବିରେ ଆଜି ଶତାଧିକ ଲୋକ ରାୟଗଡ଼ା ଟାଉନ୍ ଥାନା ଘେରାଉ କରିଛନ୍ତି। ରାସ୍ତା ଅବରୋଧ ହେବା ଫଳରେ ରାୟଗଡ଼ା ସହରରୁ ଆନ୍ଧ୍ରପ୍ରଦେଶ ଅଭିମୁଖେ ଯାନବାହନ ଚଳାଚଳ ଏକ ପ୍ରକାର ଠପ୍ ହୋଇଯାଇଛି। ରାସ୍ତାର ଉଭୟ ପାର୍ଶ୍ବରେ ବହୁ ସଂଖ୍ୟାରେ ଗାଡ଼ି ଠିଆ ହୋଇ ରହିଛି।
ଗତକାଲି ଅପରାହ୍ନରେ ସହରର ଅଗ୍ନିଶମ ବିଭାଗ ପଛପଟ ପଡ଼ିଆରେ ଖେଳୁଥିବା ବେଳେ ହରିଜନ ବସ୍ତିର ୨୬ ବର୍ଷୀୟ ଯୁବକ ରୋହିତ ଥାପ୍ପାକୁ ପୂର୍ବ ଶତ୍ରୃତାକୁ କେନ୍ଦ୍ରକରି ସଂଘବଦ୍ଧ ଭାବେ ହତ୍ଯା କରାଯାଇଥିଲା। ଏନେଇ ରାୟଗଡ଼ା ଟାଉନ୍ ଥାନାରେ ପରିବାର ପକ୍ଷରୁ ଏତଲା ଦେବା ପରେ ପୁଲିସ ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ହେଲେ ଏପର୍ଯ୍ଯନ୍ତ ମୁଖ୍ଯ ହତ୍ଯାକାରୀ ଧରା ପଡ଼ିନଥିବା ବେଳେ ହତ୍ଯାକାରୀକୁ ଧରିବା ପାଇଁ ପରିବାର ଲୋକେ ଅଡ଼ିବସିଛନ୍ତି।

ଅନ୍ଯପଟେ ହତ୍ଯାକାଣ୍ଡର ୧୭ ଘଣ୍ଟା ବିତି ଯାଇଥିଲେ ସୁଦ୍ଧା ଶବ ବ୍ଯବଚ୍ଛେଦ ହୋଇପାରିନି। ଅଭିଯୁକ୍ତମାନଙ୍କୁ ନଧରିବା ପର୍ଯ୍ଯନ୍ତ ଶବ ବ୍ଯବଚ୍ଛେଦ କରିବାକୁ ଦିଆଯିବ ନାହିଁ ବୋଲି ପରିବାର ଲୋକେ କହିଛନ୍ତି। ଏଣେ ହତ୍ଯାକାରୀମାନଙ୍କୁ ଖୁବଶୀଘ୍ର ଧରାଯିବ ବୋଲି ରାୟଗଡ଼ା ଏସଡିପିଓ ଗୌରହରି ସାହୁ ସୂଚନା ଦେଇଛନ୍ତି।