ନୂଆଦିଲ୍ଲୀ: ଜୀବଜଗତକୁ ନେଇ ବୈଜ୍ଞାନିକମାନେ ପ୍ରତିଦିନ ଗବେଷଣା ଜାରି ରଖିଥାନ୍ତି। ନିକଟରେ ହୋଇଥିବା ଏକ ଗଷେବଣାରୁ ଜଣାପଡ଼ିଛି ଯେ ପ୍ରତିବର୍ଷ ଲୋକମାନେ ୨,୬୭୫ ମାଇକ୍ରୋପ୍ଲାଷ୍ଟିକ୍‌ କଣିକା ସଂସ୍ପର୍ଶରେ ଆସିଥାନ୍ତି। ଏହି କ୍ଷେତ୍ରରେ ସବୁଠାରୁ ଆଗରେ ରହିଛି ଶ୍ରୀଲଙ୍କା। ଶ୍ରୀଲଙ୍କାରେ ଉଭୟ ଘରେ ଓ ବାହାରେ ମାଇକ୍ରୋପ୍ଲାଷ୍ଟିକ୍‌ କଣିକା ଓ ‌ସେଗୁଡ଼ିକର ସାମ୍ଭବ୍ୟ ଉତ୍ସ ସବୁଠାରୁ ଅଧିକ ଦେଖିବାକୁ ମିଳିଛି। ତେବେ ବାହାର ତୁଳନାରେ ଘର ଭିତରେ ୨୮ ଗୁଣ ଅଧିକ ମାଇକ୍ରୋପ୍ଲାଷ୍ଟିକ୍‌ କଣିକା ଦେଖିବାକୁ ମିଳିଛି।

Advertisment

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ବାୟୁବାହୀ ବା ଏୟାର୍‌ବର୍ଣ୍ଣ ମାଇକ୍ରୋପ୍ଲାଷ୍ଟିକ୍‌  କଣିକା ଖୁବ୍ ସୁକ୍ଷ୍ମ ଏବଂ ହାଲୁକା ହୋଇଥାଏ। ଏହାକୁ ବାୟୁ ଦ୍ବାରା ଘର ଭିତରେ ଓ ବାହାର ପରିବେଶରେ ଖୁବ୍‌ ସହଜରେ ବ୍ୟାପିଥାଏ। ଅଧିକାଂଶ ଏୟାର୍‌ବର୍ଣ୍ଣ ମାଇକ୍ରୋପ୍ଲାଷ୍ଟିକ୍‌ର କଣିକାର ଲମ୍ବ ପ୍ରାୟ ୧ ମିଟର୍‌ରୁ କମ୍‌ ହୋଇଥାଏ।

ଲୋକେ ନିଜର ପ୍ରାୟ ୯୦ ପ୍ରତିଶତ ସମୟ ଘର ଭିତରେ କାଟୁଥିବା ବେ‌ଳେ ଉଭୟ ଘର ଓ ବାହାରର ମାଇକ୍ରୋପ୍ଲାଷ୍ଟିକ୍‌ ଉପରେ ଅଧ୍ୟୟନ କରି ଗବେଷକମାନେ ପ୍ରତିବର୍ଷ ହାରାହାରି ୨,୬୭୫ ମାଇକ୍ରୋପ୍ଲାଷ୍ଟିକ୍‌ କଣିକା ସଂସ୍ପର୍ଶରେ ଆସିବାକୁ ଏକ ବିପଦ ବୋଲି କହିଛନ୍ତି।

publive-image www.downtoearth.org.in

ଅଷ୍ଟ୍ରେଲିୟାନ୍‌ ରିଭର୍ସ ଇନ୍‌ଷ୍ଟିଚ୍ୟୁଟ୍‌ର ଗ‌ବେଷକ କୁଶନି ପେରେରା କହିଛନ୍ତି, ‘ମାଇକ୍ରୋପ୍ଲା‌ଷ୍ଟିକ୍‌ଯୁକ୍ତ ବାତାବରଣରେ ନିଶ୍ବାସ ନେବା ପ୍ଲାଷ୍ଟିକ୍‌ରୁ ଲୋକଙ୍କୁ ଉପୁଜିବାକୁ ଥିବା ବିପଦର ଏକ ସିଧା ବାଟ।’

ଏୟାର୍‌ବର୍ଣ୍ଣ ମାଇକ୍ରୋପ୍ଲାଷ୍ଟିକ୍‌ ଉପରେ ଅଧିକାଂଶ ଅଧ୍ୟୟନ ଉଚ୍ଚ ଆୟକାରୀ ଦେଶଗୁଡ଼ିକରେ ସୀମିତ, ଯେଉଁଠାରେ ବର୍ଯ୍ୟବସ୍ତୁର ପରିଚାଳନା ଭଲ ଭାବେ କରାଯାଉଛି। କିନ୍ତୁ  ନିମ୍ନ ଏବଂ ମଧ୍ୟମ ଆୟକାରୀ ଦେଶରେ ଏଭଳି ଅଧ୍ୟୟନ ଖୁବ୍ କମ୍‌ ହୋଇଥାଏ। ଏହି ନିମ୍ନ ଏବଂ ମଧ୍ୟମ ଆୟକାରୀ ଦେଶଗୁଡ଼ିକରେ ଘର ଭିତରେ ଅଧିକ ପରିମାଣର ମାଇକ୍ରୋପ୍ଲାଷ୍ଟିକ୍‌ ରହିଛି, ଯାହା ମଣିଷ ଲାଗି କ୍ଷତିକାରକ।