ଡେଙ୍ଗାଲୋକ  କରୋନା ଆକ୍ରାନ୍ତ ହେବାର ଆଶଙ୍କା ଅଧିକ : ବ୍ରିଟିଶ ଗବେଷକ 

ଲଣ୍ଡନ : କରୋନାକୁ ନେଇ ଏବେ ସାରା ବିଶ୍ୱର ଲୋକେ ଛାନିଆ । ଦିନକୁ ଲକ୍ଷ ଲକ୍ଷ ଲୋକ କରୋନା ଆକ୍ରାନ୍ତ ହେଉଥିବାରୁ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ବଢିବାରେ ଲାଗିଛି । ଏ ପରିପ୍ରେକ୍ଷୀରେ ବ୍ରିଟେନରେ ହୋଇଥିବା ଏକ ଅଧ୍ୟୟନରୁ ଏକ ଅଜବ କଥା ଜଣାପଡ଼ିଛି । ତାହା ହେଉଛି, ଡେଙ୍ଗା ଲୋକଙ୍କୁ କରୋନା ସଂକ୍ରମିତ ହେବା ଆଶଙ୍କା ଅଧିକ ।

ବ୍ରିଟେନର  ମାଞ୍ଚେଷ୍ଟର ବିଶ୍ୱବିଦ୍ୟାଳୟ, ଓପନ ୟୁନିଭର୍ସିଟି ଓ କେତେକ ଅନ୍ତର୍ଜାତୀୟ ଗବେଷକଙ୍କୁ ନେଇ ଗଠିତ ଏକ ଦଳ ଏହି ଅଧ୍ୟୟନ କରିଥିଲେ । ସେମାନେ ବ୍ରିଟେନ ଓ ଆମେରିକାରୁ ପ୍ରାୟ ୨୦୦୦ ଲୋକଙ୍କୁ ନେଇ ଏହି ଅଧ୍ୟୟନ କରାଯାଇଥିଲା । କରୋନା ସଂକ୍ରମଣ ଉପରେ ଲୋକମାନଙ୍କ ଜୀବନଶୈଳୀ, ଶାରିରୀକ ଗଠନର କି ପ୍ରଭାବ ପଡ଼ୁଛି ତାହା ଉପରେ ଏହି ଅଧ୍ୟୟନ କରଯାଇଥିଲା ।

ଏହି ଅଧ୍ୟୟନରୁ ଜଣାପଡ଼ିଛି ଯେ ଡେଙ୍ଗା ବ୍ୟକ୍ତିମାନେ କରୋନା ସଂକ୍ରମିତ ହେବାର ରିସ୍କ ଅଧିକ ରହୁଛି । କାରଣ ଏକ ଆବଦ୍ଧ ଅଞ୍ଚଳର ବାୟୁମଣ୍ଡଳରେ ଘୁରିବୁଲୁଥିବା ଏରୋସୋଲ ବା ସଂକ୍ରମିତ କଣିକା ସଂପର୍କରେ ଆସିବା ଆଶଙ୍କା ଅଧିକ ।  ଏରୋସୋଲଗୁଡ଼ିକ ବାୟୁମଣ୍ଡଳରେ ଟିକିଏ ଉଚ୍ଚରେ ଘୁରିବୁଲିଥାନ୍ତି । ଅନ୍ୟପକ୍ଷରେ ସଂକ୍ରମିତ ବ୍ୟକ୍ତି ମୁହଁରୁ ବାହାରୁଥିବା ଡ୍ରପଲେଟଗୁଡ଼ିକ ଏରୋସୋଲ ତୁଳନାରେ ବଡ଼ ହୋଇଥିବାରୁ ସେଗୁଡ଼ିକୁ ବାୟୁମଣ୍ଡଳରେ ବେଶୀ ସମୟ ରହିପାରନ୍ତି ନାହିଁ ଓ ତଳେ ଖସିପଡ଼ନ୍ତି ।

ମାଞ୍ଚେଷ୍ଟର ବିଶ୍ୱବିଦ୍ୟାଳୟର ପ୍ରଫେସର ଇଭାନ କଣ୍ଟୋପାଣ୍ଟେଲିସ କହିଛନ୍ତି ଯେ ମାସ୍କ ପିନ୍ଧି ବା ସାମାଜିକ ଦୂରତ୍ୱ ଅବଲମ୍ବନ କରି ଜଣେ ଡ୍ରପଲେଟ ସଂକ୍ରମଣରୁ ରକ୍ଷା ପାଇଯିବ । କିନ୍ତୁ ଆବଦ୍ଧ ବାୟୁମଣ୍ଡଳ (ଉଦାହରଣସ୍ୱରୂପ ଏକ ଶୀତତାପ ନିୟନ୍ତ୍ରିତ ଅଫିସ)ରେ ଘୁରିବୁଲୁଥିବା ଏରୋସୋଲ (ସଂକ୍ରମିତ ଅଣୁ) ଦାଉରୁ ରକ୍ଷା ପାଇବା ପାଇଁ ଉକ୍ତ ବାୟୁମଣ୍ଡଳର ଶୋଧନ ଆବଶ୍ୟକ ।

ସମ୍ବନ୍ଧିତ ଖବର