ରାୟଗଡ଼ା: ରାୟଗଡ଼ା ଜିଲ୍ଲା ସଦର ବ୍ଲକ ଇରିକୁବାଡି ପଞ୍ଚାୟତ ଅନ୍ତର୍ଗତ ବାଲାପIଡ଼ୁ କ୍ଵାର୍ଜ ଏବଂ କ୍ଵାରଯାଇଟ ଖଣିର ଖନନ ପାଇଁ ଆଜି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓଡ଼ିଶା ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ୱାରା ହେଉଥିବା ପରିବେଶ ମଞ୍ଜୁରୀ ଜନଶୁଣାଣିୀକୁ ସ୍ଥାନୀୟ ନିର୍ବାଚିତ ପ୍ରତିନିଧି ଓ ଜନ ସାଧାରଣ ପ୍ରତ୍ୟାଖାନ କରିଛନ୍ତି I ନିର୍ବାଚିତ ପ୍ରତିନିଧି ଓ ଜନ ସାଧାରଣ ସ୍ଥାନୀୟ ଲୋକଙ୍କୁ କୌଣସି ସୂଚନା ନଦେଇ ଏହାକୁ ଆୟୋଜନ କରିଥିବା ଅଭିଯୋଗ କରି ପ୍ରବଳ ବିରୋଧ କରିଥିଲେ I ସ୍ଥାନୀୟ ସରପଞ୍ଚ ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ବିରୋଧ କରିଥିଲେ I
ପ୍ରଦୂଷଣ ନିୟନ୍ତ୍ରଣ ବିଭାଗର ଅଧିକାରୀ, ଅତିରିକ୍ତ ଜିଲ୍ଲାପାଳ, ରାୟଗଡ଼ା ତହସିଲଦାର ଓ ଅନ୍ୟାନ୍ୟ ଅଧିକାରୀ ଜନଶୁଣାଣି ବେଳେ ଉପସ୍ଥିତ ଥିଲେ I ୫୫.୩୯୪ ହେକ୍ଟର ପରିମିତ ଅଂଚଳରେ କ୍ୱାର୍ଜ ଖଣିରୁ ବାର୍ଷିକ ୫୪୫୦୦ ଘନ ମିଟର ଉତ୍ତୋଳନ କରିବା ନିମନ୍ତେ ପରିବେଶୀୟ ମଞ୍ଜୁରୀ ପାଇଁ ସର୍ବସାଧାରଣ ଶୁଣାଣି ଆଜି ଅନୁଷ୍ଠିତ ହେଉଥିଲା I ଏହି ଶୁଣାଣି ଇରୁକୁବାଡ଼ି ପଞ୍ଚାୟତରେ ଅନୁଷ୍ଠିତ ହୋଇଥିଲା I ଅତିରିକ୍ତ ଜିଲ୍ଲାପାଳ ନିହାର ରଞ୍ଜନ କଁହର, ତହସିଲଦାର ପ୍ରିୟଦର୍ଶନୀ ସ୍ୱାଇଁ, ଆଞ୍ଚଳିକ ପ୍ରଦୂଷଣ ଅଧିକାରୀ ଅଶୋକ ଭୋଇ ଉପସ୍ଥିତ ଥିଲେ I
ପ୍ରଦୂଷଣ ନିୟନ୍ତ୍ରଣ ବିଭାଗର ଅଧିକାରୀ, ଅତିରିକ୍ତ ଜିଲ୍ଲାପାଳ, ରାୟଗଡ଼ା ତହସିଲଦାର ଓ ଅନ୍ୟାନ୍ୟ ଅଧିକାରୀ ଜନଶୁଣାଣି ବେଳେ ଉପସ୍ଥିତ ଥିଲେ I ୫୫.୩୯୪ ହେକ୍ଟର ପରିମିତ ଅଂଚଳରେ କ୍ୱାର୍ଜ ଖଣିରୁ ବାର୍ଷିକ ୫୪୫୦୦ ଘନ ମିଟର ଉତ୍ତୋଳନ କରିବା ନିମନ୍ତେ ପରିବେଶୀୟ ମଞ୍ଜୁରୀ ପାଇଁ ସର୍ବସାଧାରଣ ଶୁଣାଣି ଆଜି ଅନୁଷ୍ଠିତ ହେଉଥିଲା I ଏହି ଶୁଣାଣି ଇରୁକୁବାଡ଼ି ପଞ୍ଚାୟତରେ ଅନୁଷ୍ଠିତ ହୋଇଥିଲା I ଅତିରିକ୍ତ ଜିଲ୍ଲାପାଳ ନିହାର ରଞ୍ଜନ କଁହର, ତହସିଲଦାର ପ୍ରିୟଦର୍ଶନୀ ସ୍ୱାଇଁ, ଆଞ୍ଚଳିକ ପ୍ରଦୂଷଣ ଅଧିକାରୀ ଅଶୋକ ଭୋଇ ଉପସ୍ଥିତ ଥିଲେ I ରାୟଗଡ଼ା ଜିଲ୍ଲା ପରିଷଦ ସଭ୍ୟ ପ୍ରଶାନ୍ତ କୁଲେସିକା ଅଭିଯୋଗ କରି କହିଛନ୍ତି ଏହି ଖଣି ଲିଜ ପାଇଥିବା ବାଳକୃଷ୍ଣ ପାଢ଼ୀ ଓ ତାଙ୍କର ସଂସ୍ଥା ସ୍ଥାନୀୟ ଲୋକଙ୍କୁ ଅନ୍ଧକାରରେ ରଖି ଚଞ୍ଚକତା କରି ଏହି ଶୁଣାଣି କରିଥିବାରୁ ଆମେ ସମୂହ ଭାବେ ବିରୋଧ କରିଛୁ ବୋଲି କହିଛନ୍ତି I ଅତିରିକ୍ତ ଜିଲ୍ଲାପାଳ ଏହି ବିରୋଧ ନେଇ ସରକାରଙ୍କୁ ଅବଗତ ଲରାଯିବ ବୋଲି କହିଛନ୍ତି I