ନୂଆଦିଲ୍ଲୀ : କେରଳର କନ୍ନୁର ଜିଲ୍ଲା ପଞ୍ଚାୟତ ପକ୍ଷରୁ ଜଳାତଙ୍କ ରୋଗଗ୍ରସ୍ତ ଓ ଅତି ବିପଜ୍ଜନକ କାମୁଡ଼ା କୁକୁରଙ୍କ ପାଇଁ ଯନ୍ତ୍ରଣାବିହୀନ ମୃତ୍ୟୁ ନିମନ୍ତେ ଅନୁମତି ପ୍ରଦାନ କରିବାକୁ ସୁପ୍ରିମ୍‌କୋର୍ଟରେ ଆବେଦନ କରାଯାଇଥିବା ବେଳେ କୋର୍ଟ ଏହାର ଶୁଣାଣି ଜୁଲାଇ ୧୨ରେ କରିବେ ବୋଲି କହିଛନ୍ତି।

Advertisment

ଗତ ଜୁନ ୧୧ ତାରିଖରେ ଜଣେ ୧୧ ବର୍ଷୀୟ ଶିଶୁକୁ କୁକୁରମାନେ ଝୁଣି ମାରିଦେବା ପରେ କନ୍ନୁର ଜିଲ୍ଲା ପଞ୍ଚାୟତ ପକ୍ଷରୁ ଏହି ଅନୁମତି ପ୍ରାର୍ଥନା କରାଯାଇଛି। ଆବେଦନରେ କୁହାଯାଇଛି, ଗତବର୍ଷ ମଧ୍ୟ କୋଟାୟାମ ଜିଲ୍ଲାରେ ଅନୁରୂପ ଘଟଣା ଘଟିଥିଲା। ବୁଲାକୁକୁର କାମୁଡ଼ାରେ ଜଣେ ୧୨ ବର୍ଷ ବାଳକର ମୃତ୍ୟୁ ଘଟିଥିଲା। ଆବେଦନକାରୀଙ୍କ ଓକିଲଙ୍କ ମୌଖିକ ଆବେଦନ ପରେ ଜଷ୍ଟିସ୍ ସୂର୍ଯ୍ୟ କାନ୍ତ ଓ ଏମ୍‌ଏମ୍‌ ସୁନ୍ଦରେଶଙ୍କ ଅବକାଶ ବେଞ୍ଚ ମାମଲାକୁ ଶୁଣାଣି ପାଇଁ ତାଲିକାଭୁକ୍ତ କରିଥିଲେ।