ଭୁବନେଶ୍ୱର: ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ତୈଳ ପରିବହନ ପ୍ରଭାବିତ ହୋଇଛି | ଦୁଇ ଦିନ ହେଲା ଟାଙ୍କିକୁ ଆସୁନି ପେଟ୍ରୋଲ-ଡିଜେଲ ଗାଡି | ଏନେଇ ଉତ୍କଳ ପେଟ୍ରୋଲିୟମ ଡିଲରସ ଆସୋସିଏସନ ସଭାପତି ସଞ୍ଜୟ ଲାଠ କହିଛନ୍ତି ଯେ ଆଜି ପେଟ୍ରୋଲ ଟାଙ୍କିକୁ ଗାଡି ନ ଆସିଲେ କାଲିଠାରୁ ତୈଳର ଅଭାବ ଦେଖାଦେବ |
ସେ କହିଛନ୍ତି ଯେ ଅନେକ ପେଟ୍ରୋଲ ଟାଙ୍କିରେ ଖାଲି ହୋଇଯିବ ପେଟ୍ରୋଲ ଡିଜେଲ | ପାରାଦ୍ୱୀପ, ବାଲେଶ୍ୱର, ଜଟଣୀ, ଝାରସୁଗୁଡାର ତେଲ ଡିପୋରେ ଧର୍ମଘଟ ଜାରି ରହିଲେ ତୈଳ ପରିବହନ ପାଇଁ ହସ୍ତକ୍ଷେପ କରିବେ ଜିଲ୍ଲା ଏସପି | ତୈଳ ଯୋଗାଣରେ ଡ୍ରାଇଭରମାନେ ସହଯୋଗ କରୁନଥିବାରୁ ଗୁରୁତର ଭାବେ ଏହା ପ୍ରଭାବିତ ହୋଇଛି |