ଶ୍ରୀଲଙ୍କା କ୍ରିକେଟରେ ଉପର ସ୍ତର ପର୍ଯ୍ୟନ୍ତ ବ୍ୟାପିଛି ଦୁର୍ନୀତି: ଅର୍ଜୁନ ରଣତୁଙ୍ଗା 

ଭାରତ ଓ ଅଷ୍ଟ୍ରେଲିଆ ଟେଷ୍ଟ ମ୍ୟାଚ ସ୍ପଟ ଫିକ୍ସିଙ୍ଗ ହୋଇଥିଲା

କଲମ୍ବୋ: ବିଶ୍ୱ କପ୍‌ ବିଜେତା ଅଧିନାୟକ ଅର୍ଜୁନ ରଣତୁଙ୍ଗା କହିଛନ୍ତି, ଶ୍ରୀଲଙ୍କାରେ ଦୁର୍ନୀତି ଉପର ସ୍ତରକୁ ବି ବ୍ୟାପିଛି। ସେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ମ୍ୟାଚ୍‌ ଫିକ୍ସିଙ୍ଗ ଅଟକାଇବାରେ ବିଫଳ ହୋଇଥିିବା ଅଭିଯୋଗ ଆଣିଛନ୍ତି। ଶ୍ରୀଲଙ୍କା ସରକାରରେ ମନ୍ତ୍ରୀ ରଣତୁଙ୍ଗା କହିଛନ୍ତି, ଅଲ-ଜଜୀରା ଦ୍ୱାରା ରବିବାର ଦେଖାଯାଇଥିବା ବୃତ୍ତଚିତ୍ରରେ ଦାବିଠାରୁ ଶ୍ରୀଲଙ୍କାରେ କ୍ରିକେଟରେ ଅଧିକ ଦୁର୍ନୀତି ହୋଇଛି। ସେ କହିଛନ୍ତି, ଅଭିଯୁକ୍ତଙ୍କ ଯାଞ୍ଚ ହେବା ଦରକାର। ଏହା ଦୀର୍ଘ ଦିନରୁ ଚାଲି ଆସୁଛି। ଏହା ଏଭଳି ବ୍ୟାପିଛି ଯେ, ଶ୍ରୀଲଙ୍କାରେ ଉପର ସ୍ତର ପର୍ଯ୍ୟନ୍ତ ବ୍ୟାପିଛି। ଏଠାରେ ବଡ଼ ପୋଖରୀରେ ମାଛ ଖସିଯିବା ଭଳି ଦୁର୍ନୀତିଗ୍ରସ୍ତ ଲୋକେ ଖସିଯାଉଛନ୍ତି।

ବୃତ୍ତଚିତ୍ରରେ ଅଭିଯୋଗ ଆସିଛି ଯେ, ଶ୍ରୀଲଙ୍କାର ଖେଳାଳି ଓ ପଡ଼ିଆ କର୍ମଚାରୀ ପିଚ କ୍ଷତବିକ୍ଷତ କରିବା ଷଡ଼ଯନ୍ତ୍ରରେ ସାମିଲ ଥିଲେ। ଭାରତ ଓ ଇଂଲଣ୍ଡ ଏବଂ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଟେଷ୍ଟରେ ସ୍ପଟ ଫିକ୍ସିଙ୍ଗ ହୋଇଥିଲା। ମୁଁ ଆଇସିସିର ଆଣ୍ଟି କରପସନ ୟୁନିଟର କାର୍ଯ୍ୟକଳାପ ନେଇ ଅସନ୍ତୁଷ୍ଟ ଅଛି। ରଣତୁଙ୍ଗା ବିଗତ ଦିନରେ ଶ୍ରୀଲଙ୍କା କ୍ରିକେଟର ଅଧ୍ୟକ୍ଷ ତିଲଙ୍ଗା ସୁମତିପାଲାଙ୍କ ଉପରେ ଜୁଆ ଖେଳରେ ସାମିଲ ହେବା ପାଇଁ ଆଇସିସି ନିୟମ ଉଲଙ୍ଘନ କରିବା ଅଭିଯୋଗ ଆଣିଥିଲେ। କିନ୍ତୁ ଏହାକୁ ରାଜନେତା ଓ ବ୍ୟବସାୟୀ ଖଣ୍ଡନ କରିଥିଲେ। 

 

ସମ୍ବନ୍ଧିତ ଖବର